ମୋଷ୍ଟ୍ ୱାଣ୍ଟେଡ୍ ମୃତ୍ୟୁଞ୍ଜୟ! – Kalinga News

[ad_1]
ଓଡ଼ିଆ ସିନେଜଗତର ଜଣେ ବ୍ୟସ୍ତ ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ। ଗତ କିଛି ବର୍ଷ ହେବ ତାଙ୍କର କାର୍ଯ୍ୟଧାରାକୁ ଲକ୍ଷ୍ୟ କଲେ ଜଣାଯାଏ ସେ କେବେ ବି ଖାଲି ବସିନାହାନ୍ତି, ତାଙ୍କର ଚାହିଦା ରହିଛି। ପ୍ରେକ୍ଷାଳୟ ପାଇଁ ହେଉ କି ଛୋଟ ପରଦା ଲାଗି ହେଉ, ସେ ସବୁବେଳେ ସିନେମା ତିଆରି କରିଚାଲିଛନ୍ତି। ଏମିତି ବି ସେ ବାବୁସାନ୍, ଅନୁଭବ, ସବ୍ୟସାଚୀ, ଜ୍ୟୋତି, ସମ୍ବିତ, ଅଖିଳ, ଅମ୍ଳାନ, ଅସିତ ଓ ଶ୍ରେୟାନଙ୍କ ପରି ନାୟକ ଓ ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ଶୀତଲ, ଭୂମିକା, ତମନ୍ନା, ସୂର୍ଯ୍ୟମୟୀ, ରୀୟା, ସୁପ୍ରିୟା ଓ ଦେବଯାନୀଙ୍କ ଭଳି ଜଣାଶୁଣା ନାୟିକାଙ୍କୁ ନେଇ ବି ଫିଲ୍ମ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ସିନେମା ଓ ଟେଲି ସିନେମାରେ ନିଜକୁ ବ୍ୟସ୍ତ ରଖିଥିବା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ସଂପର୍କରେ ଶିବଶଙ୍କର ଓଝାଙ୍କ
ସ୍ବତନ୍ତ୍ର ପ୍ରତିବେଦନ।
ଅଲରାଉଣ୍ଡର୍ ସଞ୍ଜୟ ନାୟକ ଓ ଏସ୍ ଦିଲୀପ ପଣ୍ଡାଙ୍କ ସହକାରୀ ଥିବା ମୃତ୍ୟୁଞ୍ଜୟ (ବାପି) ଅଖିଳ ପଟ୍ଟନାୟକ ନାୟକ ଭୂମିକାରେ ଥିବା ‘ବ୍ୟାଚେଲର୍’ ସିନେମାରୁ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ଏହାପରେ ମୃତ୍ୟୁଞ୍ଜୟ ସାହୁ ଯିଏ ଯାହା କହୁ ମୋର ଢ଼ୋ, ଗୋଟେ ଶୁଆ ଗୋଟେ ଶାରୀ, ଛାତି ତଳେ ଡିଙ୍ଗ୍ ଡଙ୍ଗ୍, ନାୟକର ନାଆଁ ଦେବଦାସ, ଅଭିମାନ, ଲାଗିଲା ରଙ୍ଗ ଗୋଲାପି ଗୋଲାପି ଏବଂ ତୁ ମୋର ଓକେ ଆଦି ଓଡ଼ିଆ ଛବି ନିର୍ମାଣ କରିଛନ୍ତି। ଏବେ ବି ତାଙ୍କର କେତୋଟି ଫିଲ୍ମ ମୁକ୍ତି ପ୍ରତୀକ୍ଷାରେ ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ‘ଭଗିଆ ଭାରିଯା’ ଏବଂ ଅନ୍ୟଟି ହେଲା ‘ହାତକଡ଼ି’। ଏଣେ ସେ ଛୋଟ ପରଦା ପାଇଁ ବି ବେଶ୍ କେତୋଟି ଟେଲି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିମଧ୍ୟରେ ରହିଛି ଚୋରଣୀ, ଚୋରଣୀ-୨, ମିଛେଇ ଝିଅ, କନ୍ୟାଦାନ, ପାରି କରିବେ ଭୋଳା ଶଙ୍କର, ପାରି କରିବେ ଭୋଳା ଶଙ୍କର-୨, ମହିଷାସୁର, ସୁନୟନା, ରୋମିଓ ରୋବୋଟ, ବୋଉ, ଟିଙ୍ଗା ରାଜୁ ଏବଂ ନମସ୍ତେ କମଳା ମାଗୋ ଆଦି। କାହିଁକି ଅଧିକ ଟେଲି ସିନେମା କରୁଛନ୍ତି ବୋଲି ପ୍ରଶ୍ନ କଲେ ମୃତ୍ୟୁଞ୍ଜୟ କହନ୍ତି, ‘‘ହଲ୍ ସିନେମାର କାନଭାସ୍ ବଡ଼ ହେଲେ ବି ଆଜିକାଲିର ଟେଲି ସିନେମା କୌଣସି ଗୁଣରେ କମ୍ ନୁହେଁ। ତା’ଛଡ଼ା ସବୁବେଳେ କାମରେ ବ୍ୟସ୍ତ ରହିବାକୁ ଚାହୁଁଥିବାରୁ ମୁଁ ଲଗାତାର ଟେଲି ସିନେମାର ନିର୍ଦ୍ଦେଶନା ଦେଉଛି।’’
[ad_2]




