ରିପୋର୍ଟ ମାଗିଲେ ହାଇକୋର୍ଟ: ଜାମିନ ସତ୍ତ୍ବେ ଜେଲ୍ରେ ୪୪୪ ବନ୍ଦୀ – Kalinga News

[ad_1]
କଡ଼ାକଡ଼ି ଭାବେ ପାଳନ ହେବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ବି ବେଲ-ବଣ୍ଡ୍ ଓ ଅନ୍ୟ ସର୍ତ୍ତାବଳୀ ପୂରଣ କରି ନ ପାରି ଜେଲରୁ ମୁକୁଳି ପାରୁ ନାହାନ୍ତି। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଏ ସଂପର୍କରେ ଜବାବ ତଲବ କରିଛନ୍ତି। ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଓ ସଚିବଙ୍କୁ ନେଇ ଏହି ପ୍ରସଙ୍ଗରେ ଏକ ସପ୍ତାହ ଭିତରେ ଅନ୍ ଲାଇନ ବୈଠକ କରିବାକୁ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ଦ୍ବାରା ଧାର୍ଯ୍ୟ ଜାମିନ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇ ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପ୍ରସଂଗରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଏଭଳି ବନ୍ଦୀ ଜେଲରୁ ଜାମିନରୁ ବାହରିବା ଉପରେ ଗୁରୁତ୍ବ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜାମିନ ପାଇବା ସତ୍ତ୍ବେ ଜେଲରୁ ମୁକୁଳି ପାରି ନଥିବା ବିଚାରାଧୀନ ବନ୍ଦୀଙ୍କ ସଂପର୍କିତ ସ୍ଥିତି ନେଇ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଶୁଣାଣି ସମୟରେ ଆମିକସ୍ କ୍ୟୁରି ଓ ରାଜ୍ୟ ଆଇନସେବା ପ୍ରାଧିକରଣ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ଅଦାଲତ ଜାମିନ ମଞ୍ଜୁର କରିବା ପରେ ବି ୪୪୪ ଜଣ ବନ୍ଦୀ ଜେଲରୁ ମୁକୁଳି ପାରିନାହାନ୍ତି। ଜାମିନ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ତ୍ତ ପୂରଣ ନ କରିବାରୁ କେତେକ ଜେଲରୁ ବାହାରି ପାରି ନାହାନ୍ତି। ଆଉ କେତେକଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ସବୁ ମାମଲାରେ ଜାମିନ ମିଳି ନ ଥିବାରୁ ସେମାନେ ବି ଜେଲରେ ଅଛନ୍ତି। କେତେକ ବନ୍ଦୀଙ୍କ ମାମଲା ପରିଚାଳନା ପାଇଁ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଭଳି ବନ୍ଦୀଙ୍କ ଜାମିନ ସର୍ତ୍ତରେ ପରିବର୍ତ୍ତନ/ସଂଶୋଧନ ପାଇଁ ଆଇନସେବା ପ୍ରାଧିକରଣ ତରଫରୁ ନିଯୁକ୍ତ ଆଇନଜୀବୀମାନେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜାମିନ ସର୍ତ୍ତପୂରଣ ନ କରି ପାରି ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ପ୍ରସଂଗରେ ଏକ ଏସ୍ଓପି ପାଳନ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଜାମିନ ସର୍ତ୍ତ ପୂରଣ ନ ହେବା କାରଣରୁ ଜେଲରେ ରହିବା ମାମଲାରେ ଅଦାଲତ ସର୍ତ୍ତ କୋହଳ ପ୍ରସଂଗରେ ନିଜ ଆଡୁ ଶୁଣାଣି କରିବା କଥା ବୋଲି ଆମିକସ କ୍ୟୁରି ଦର୍ଶାଇଥିଲେ। ଏଥିସହିତ ରାଜ୍ୟରେ କେତେକ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀ ରହିଥିବା ପ୍ରସଂଗରେ ଆମିକସ କ୍ୟୁରି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ଭଦ୍ରକ ଓ ଯାଜପୁର ଜେଲରେ ଦୀର୍ଘ ଦିନ ହେବ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ବନ୍ଦୀ ରହୁଥିବା ଦେଖିବାକୁ ମିଳୁଛି ବୋଲି ଆମିକସ କ୍ୟୁରି ଲିଖିତ ତଥ୍ୟ ଦାଖଲ କରିଛନ୍ତି। ଆମିକସ୍ କ୍ୟୁରି ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
[ad_2]