ରାଜନୀତି

ଏଇଠି ତିଆରି ହୁଏ ନେତାଙ୍କ ପୋଷାକ – Kalinga News

[ad_1]

ଭୁବନେଶ୍ବର: ଆମଦେଶରେ ନେତାଙ୍କ ନାଁ ଶୁଣିଲେ ମନକୁ ଖଦଡ଼ ବା ଧଳା ଧୋତି କୁର୍ତା ପିନ୍ଧା ମଣିଷଟିଏର ଚିତ୍ର ଆସିଯାଏ। ସ୍ବାଧୀନତା ସଂଗ୍ରାମ କାଳର ସ୍ବଦେଶୀ ଆନ୍ଦୋଳନ ଓ ଗାନ୍ଧିଜୀଙ୍କ ଖଦିବସ୍ତ୍ରର ପ୍ରଚାର ତଥା ଅନ୍ୟ ବିଭିନ୍ନ କାରଣ ପାଇଁ ଆମଦେଶରେ ଧୋତି ସହିତ କୁର୍ତା ବା ଟ୍ରାଉଜର ପଞ୍ଜାବୀ ନେତାମାନଙ୍କର ପୋଷାକ ଭାବେ ଅଲିଖିତ ସ୍ବୀକୃତି ପାଇଛି। ଅନେକ ସାଧାରଣ ଲୋକ ଜାଣନ୍ତିନାହିଁ ଯେ ରାଜଧାନୀରେ ଏପରି କିଛି ଟେଲର୍‌ ଅଛନ୍ତି, ଯେଉଁମାନେ ମୁଖ୍ୟତଃ ନେତାମାନଙ୍କ ପାଇଁ ଏହି ପୋଷାକ ସିଲାଇ କରନ୍ତି। ବହୁ ବର୍ଷ ହେଲା ସେମାନେ ଏହି କାମରେ ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ ନିର୍ବାଚନ ଋତୁରେ ସେମାନେ ଭାରି ବ୍ୟସ୍ତ ଅଛନ୍ତି।

ଅଶୋକନଗରଠାରେ ଥିବା କ୍ରାଉନ ଟେଲର୍‌ର ମାଲିକ ଗିରିଧାରୀ ବାରିକ ଆଜିକୁ ୪୭ ବର୍ଷ ହେବ ନେତାମାନଙ୍କ ପୋଷାକ ତିଆରି କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଠାରୁ ଆରମ୍ଭକରି ବର୍ତ୍ତମାନର ଅନେକ ଯୁବନେତାଙ୍କ ପର୍ଯ୍ୟନ୍ତ, ଅନେକ ତାଙ୍କ ପାଖରେ ପୋଷାକ ତିଆରି କରୁଛନ୍ତି। ନିର୍ବାଚନ ସମୟ ଥିବାରୁ ବର୍ତ୍ତମାନ ଦୋକାନରେ ବିଶେଷ ଭିଡ଼ ଦେଖିବାକୁ ମିଳୁଛି। ପୁରୁଣା ଭୁବନେଶ୍ବର ବାସିନ୍ଦା ଗିରିଧାରୀଙ୍କ ପରିବାର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଥିଲେ। ଜଣେ ସମ୍ପର୍କୀୟଙ୍କଠାରୁ ଦରଜି କାମ ଶିଖି ଅ ଶୋକନଗଠାରେ ଥିବା ଖଦି ନିକେତନ ପାଖରେ ପ୍ରଥମେ ଏକ ଟେଲରିଂ ଦୋକାନ କରିଥିଲେ। ନିଜ ଅନୁଭୂତିରୁ ଗିରିଧାରୀ କହନ୍ତି, ଦୋକାନଟି ୧୯୮୩ ମସିହା ଗାନ୍ଧି ଜୟନ୍ତୀ ଦିନ ଉଦ୍‌ଘାଟନ ହେବାର ଥିଲା। ସେଦିନ ଖଦି ନିକେତନକୁ କପଡ଼ା କିଣିବାକୁ ବିଜୁବାବୁ ଆସିଥା’ନ୍ତି। ଖଦି ନିକେତନର ମାଲିକ କୈଳାସ ସାହୁ ବିଜୁବାବୁଙ୍କୁ କହିଲେ, ‘ଆପଣ ଗିରିଧାରୀଙ୍କ ପାଖରେ ପୋଷାକ ସିଲେଇ କରନ୍ତୁ।’ ପ୍ରଥମେ ବିଜୁବାବୁ ଅମଙ୍ଗ ହୋଇଥିଲେ। କିନ୍ତୁ ପରେ ପୋଷାକ ତିଆରିବାକୁ ଦେଇଥିଲେ। ସେହି ବିଜୁବାବୁ ହିଁ ଥିଲେ ଗିରିଧାରୀଙ୍କର ପ୍ରଥମ ଗରାଖ। ଏହା କିଛି କମ୍‌ କଥା ନୁହେଁ ନିଶ୍ଚୟ।

ଗିରିଧାରୀ କହିନ୍ତି, ‘‘ବିଜୁବାବୁ ‌ଖୁବ୍‌ ଡେଙ୍ଗା ଥିଲେ। ତାଙ୍କ ହାତ ମଧ୍ୟ ଲମ୍ବା। ସେଥିପାଇଁ ଅତି ଯତ୍ନର ସହ ତାଙ୍କ ପୋଷାକ ତିଆରି କରିବାକୁ ପଡ଼ିଥିଲା। ସେ ଧୋତି ଓ ଗୋଲ୍‌ବେକ ପଞ୍ଜାବୀ ପିନ୍ଧୁଥିଲେ। ସେହିଦିନଠାରୁ ବିଜୁବାବୁ ବର୍ଷକୁ ୨ଥର ୫ରୁ ୬ହଳ ପଞ୍ଜାବୀ ତିଆରି କରିବାକୁ ଦେଉଥିଲେ।’’ ଗିରିଧାରୀ ଆହୁରି କହନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ ଟସର କୁର୍ତ୍ତା ଓ ହେମାନନ୍ଦ ବିଶ୍ବାଳ ସୂତା କୁର୍ତା ପିନ୍ଧିବାକୁ ଭଲ ପାଉଥିଲେ। ଗିରିଧାରୀଙ୍କ ପାଖରେ ପ୍ରାୟ ୧୨୫ ଜଣ ନେତାଙ୍କ ପୋଷାକର ମାପ ଅଛି। ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡ଼େଇ, ସନାତନ ମହାକୁଡ଼, କୁଶ ଆପଟ, ଜୟରାମ ପାଙ୍ଗୀ, ସୁରେଶ କୁମାର ରାଉତରାୟ, ଶରତ ପଟ୍ଟନାୟକ, ସ୍ବର୍ଗତ ପ୍ରଦୀପ ମହାରଥୀ, ସ୍ବର୍ଗତ ଦାମୋଦର ରାଉତ ପ୍ରମୁଖ ନେତାମାନେ ରାଜନୀତିରେ ପାଦ ଦେବାଠାରୁ ତାଙ୍କ ପାଖରେ ପୋଷାକ ତିଆରି କରିବା ପାଇଁ ଦିଅନ୍ତି ବା ଦେଉଥିଲେ। ଗିରିଧାରୀ ଆହୁରି କହନ୍ତି, ଶତକଡ଼ା ୭୫ଭାଗ ନେତା ଖଦି କପଡ଼ା ପିନ୍ଧିବା ସହ ପଞ୍ଜାବୀ ଓ ଟ୍ରାଉଜର ପିନ୍ଧିଥାନ୍ତି। ୧୯୮୨-୮୩ ମସିହାରେ ଟ୍ରାଉଜର ପଞ୍ଜାବୀ ତିଆରି ପାଇଁ ସେ ୧୩୫ ଟଙ୍କା ପାରିଶ୍ରମିକ ନେଉଥିଲେ, ବର୍ତ୍ତମାନ ଦନଉଛନ୍ତି ୧,୨୦୦ ଟଙ୍କା।

ସେହିପରି ଶ୍ରୀୟା ଛକରେ ଥିବା ଆରିଷ୍ଟୋ ଓୟାର୍‌ର ମାଲିକ ସ୍ବର୍ଗତ ନିମାଇଁ ଚରଣ ସାହୁ ୫୦ ବର୍ଷ ଧରି ନେତାଙ୍କ ପୋଷାକ ତିଆରି କରୁଥିଲେ। ତାଙ୍କ ମୃତ୍ୟୁ ପରେ ୧୯୯୧ ଠାରୁ ତାଙ୍କ ପୁଅ ବିଜୟନ୍ତ ସାହୁ ସେହି ଦୋକାନ କଥା ବୁଝୁଛନ୍ତି। ବିଜୟନ୍ତ କହନ୍ତି, ‘‘ଏଠାରୁ ନେତାମାନେ କପଡ଼ା ନେବା ସହ ସିଲେଇ ମଧ୍ୟ କରିଥାନ୍ତି। ଅରବିନ୍ଦ୍‌, ରେମଣ୍ଡ୍‌, ଲିନେନ୍‌ କ୍ଲବ୍‌ ବ୍ରାଣ୍ଡର କପଡ଼ା ବେଶି ନିଅନ୍ତି। ଆମର ନିୟମିତ ଗ୍ରହକ ନେତାମାନଙ୍କ ଭିତରେ ଅଛନ୍ତି ଉମାକାନ୍ତ ସାମନ୍ତରାୟ, ଭବାନୀ ଶଙ୍କର ଭୋଇ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ନାଏକ ଓ ଆହୁରି ଅନେକ। ନେତାଙ୍କ କପଡ଼ାର ଦାମ୍‌ ମିଟର ପିଛା ପାଖାପାଖି ୩,୦୦୦ରୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଥାଏ। ସିଲେଇ ମଜୁରି ମିଶିଲେ ହଳେ ପଞ୍ଜାବୀ ଟ୍ରାଉଜର କରିବାକୁ ପ୍ରାୟ ୧୦,୦୦୦ ଟଙ୍କା ପଡ଼ିଥାଏ।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button