ପତ୍ନୀ ସୁନେତ୍ରାଙ୍କ ପରାଜୟରେ ଅଜିତ ପାୱାର ସ୍ତବ୍ଧ – Kalinga News

[ad_1]
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗୁରୁବାର କହିଛନ୍ତି ଯେ ନିଜର ସମ୍ପର୍କୀୟ ଭଉଣୀ ତଥା ଏନ୍ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କଠାରୁ ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ପରାଜୟରେ ସେ ବହୁତ ମାନସିକ ଆଘାତ ପାଇଛନ୍ତି। ଏହା ସେ ଆଶା କରି ନ ଥିଲେ। ଏଥି ସହ ଲୋକସଭା ନିର୍ବାଚନରେ ତାଙ୍କ ଗୋଷ୍ଠୀର ଖରାପ ପ୍ରଦର୍ଶନ ପାଇଁ ସେ ନିଜକୁ ଦାୟୀ ବୋଲି ମଧ୍ୟ କହିଛନ୍ତି। ଅଜିତ ପାୱାରଙ୍କ ଏନ୍ସିପି ୪ଟିରେ ଲଢ଼ି ମାତ୍ର ଗୋଟିଏ ଆସନ (ରାୟଗଡ଼)ରେ ଜିତିଛି। ଦଳୀୟ ବିଧାୟକଙ୍କ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପାୱାର କହିଛନ୍ତି ଯେ ଏହି ବୈଠକରେ ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀରେ କିଛି ଲୋକ ଯୋଗ ଦେବାକୁ ଯୋଜନା କରୁଥିବା ନେଇ ହେଉଥିବା କଳ୍ପନାଜଳ୍ପନା ଅସତ୍ୟ। ସମସ୍ତ ବିଧାୟକ ଆମ ସହିତ ଅଛନ୍ତି ବୋଲି ସେ କହିଛନ୍ତି। ପୁଣି ଥରେ ଏନ୍ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ହାତ ମିଳାଇବେ କି ବୋଲି ପଚରାଯିବାରୁ ଅଜିତ କହିଛନ୍ତି ଯେ ନିର୍ବାଚନରେ ପରାଜୟ ପାଇଁ ସେ ଦାୟିତ୍ୱ ଗ୍ରହଣ କରୁଛନ୍ତି ଏବଂ ପାରିବାରିକ ପ୍ରସଙ୍ଗକୁ ଏଠାକୁ ଅଣା ନ ଯିବା ଉଚିତ। ଅଜିତ କହିଛନ୍ତି ଯେ କେତେକ କାରଣ ମଧ୍ୟରେ ମୁସଲମାନମାନେ ଶାସକ ମେଣ୍ଟରୁ ଦୂରେଇ ଯିବା, ସମ୍ବିଧାନରେ ପରିବର୍ତ୍ତନ ନେଇ ବିରୋଧୀଙ୍କ ମିଥ୍ୟା ଅଭିଯୋଗ, ଯାହା ଦଳିତ ଓ ପଛୁଆ ବର୍ଗଙ୍କୁ ବିଚ୍ଛିନ୍ନ କରିଛି ଏବଂ ମରାଠା ସଂରକ୍ଷଣ ଆନ୍ଦୋଳନ ଅନ୍ତର୍ଭୁକ୍ତ।
[ad_2]