ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଆର୍ଜେଡି ବିଧାୟକ – Kalinga News

[ad_1]
ପାଟଣା: ବିହାରର ନୱାଦା ଲୋକସଭା ଆସନରେ ଏକ ବିଚିତ୍ର ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ବିଧାୟକମାନେ ନିଜ ଦଳର ପ୍ରାର୍ଥୀଙ୍କ ବଦଳରେ ସ୍ବାଧୀନ ପ୍ରାର୍ଥୀ ବିନୋଦ ଯାଦବଙ୍କ ସମର୍ଥନରେ ଜୋରସୋରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଆଜି ନୱାଦାରେ ସ୍ବାଧୀନ ପ୍ରାର୍ଥୀ ବିନୋଦ ଯାଦବଙ୍କ ପ୍ରଚାର ସଭା ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ଯାଦବଙ୍କ ସହ ଆର୍ଜେଡିର ରାଜୌଲି ବିଧାୟକ ପ୍ରକାଶ ବୀର ଓ ନୱାଦା ବିଧାୟକ ବିଭା ଦେବୀ ବସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ଆର୍ଜେଡି ବିଧାୟକ ଦଳର ଲୋକସଭା ପ୍ରାର୍ଥୀ ଶ୍ରବଣ କୁଶୱାହଙ୍କ କୌଣସି ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। କିନ୍ତୁ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ରେ ଥିବା ବାହୁବଳୀ ରାଜବଲ୍ଲଭ ଯାଦବଙ୍କ ଭାଇ ବିନୋଦ ଯାଦବଙ୍କ ପ୍ରଚାର କାର୍ଯ୍ୟକ୍ରମରେ ନିୟମିତ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ଆର୍ଜେଡି ଗମ୍ଭୀରତାର ସହ ଗ୍ରହଣ କରିଛି। ଦଳର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ପୂର୍ବତନ ବିଧାୟକ ଶକ୍ତି ଯାଦବଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ସହ ନୱାଦା ଲୋକସଭା ଆସନରେ ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ଦାୟିତ୍ବ ଦେଇଛନ୍ତି।
ରାଜନୈତିକ ସମୀକ୍ଷକଙ୍କ ମତାନୁସାରେ, ନୱାଦାରେ ତ୍ରିକୋଣୀୟ ଲଢ଼େଇ ହେବା ସମ୍ଭାବନା ଅଧିକ। ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ, ଏଠାରୁ ଦୁଇଥର ବିଜେପି ଓ ଥରେ ଲୋକ ଜନଶକ୍ତି ପାର୍ଟି ଜିତିଛି। ସଂପ୍ରତି ଏଠାରେ ବିଜେପିର ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିପି ଠାକୁରଙ୍କ ପୁଅ ବିବେକ ଠାକୁରଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ଆରମ୍ଭ କରିସାରିଛନ୍ତି। ଆର୍ଜେଡିର ପ୍ରାର୍ଥୀ କୁଶୱାହ ପଛୁଆ ବର୍ଗ କୋଏରି ଜାତିର ଥିବା ବେଳେ ଠାକୁର ଭୂମିହର ଜାତିର ଅଟନ୍ତି।
[ad_2]




