ଅପରାଧ

ଠକେଇ ମାମଲା: ଅର୍ବୁଦପତିଙ୍କୁ ଫାଶୀ ଦଣ୍ଡାଦେଶ – Kalinga News

[ad_1]

ହୋ ଚି ମିନ୍ ସିଟି: ଇତିହାସର ସବୁଠାରୁ ବଡ଼ ଦୁର୍ନୀତି ମାମଲାରେ ଭିଏତନାମର ଜଣେ ପ୍ରମୁଖ ସମ୍ପତ୍ତି ବ୍ୟବସାୟୀଙ୍କୁ ଗୁରୁବାର ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ସାଇଗନ୍ ବାଣିଜ୍ୟିକ ବ୍ୟାଙ୍କ (ଏସ୍‌ସିବି)ରୁ ଏକ ଦଶନ୍ଧି ଧରି ଟଙ୍କା ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରମୁଖ ଡେଭ୍‌ଲପର ଭାନ୍ ଥିନ୍ ଫାଟ୍‌ର ଅଧ୍ୟକ୍ଷ ଟ୍ରୋଙ୍ଗ୍ ମାଇ ଲାନ୍‌ଙ୍କ ସମସ୍ତ ଅତ୍ମସପକ୍ଷ ଯୁକ୍ତିକୁ ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

ଅଭିଯୁକ୍ତଙ୍କ କାର୍ଯ୍ୟ ଦେଶର ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ କରିଛି ବୋଲି ଦକ୍ଷିଣ ବ୍ୟବସାୟ କେନ୍ଦ୍ର ହୋ ଚି ମିନ୍ ସିଟିରେ ହୋଇଥିବା ଶୁଣାଣିର ରାୟରେ କୁହାଯାଇଛି। ଲାନ୍ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ତାଙ୍କ ଅଧସ୍ତନମାନଙ୍କୁ ଦାୟୀ କରିଛନ୍ତି। ହୋ ଚି ମିନ୍ ସିଟିରେ ପାଞ୍ଚ ସପ୍ତାହ ଧରି ଚାଲିଥିବା ଶୁଣାଣି ପରେ ଅନ୍ୟ ୮୫ ଜଣଙ୍କୁ ମଧ୍ୟ ଲାଞ୍ଚ ଓ କ୍ଷମତାର ଅପବ୍ୟବହାରଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ଆଇନ ଉଲ୍ଲଂଘନ ଆଦି ଅଭିଯୋଗରେ ଦଣ୍ଡାଦେଶ ହୋଇଛି। ଲାନ୍ ୧୨.୫ ବିଲିୟନ ଡଲାର ହଡପ କରିଛନ୍ତି, କିନ୍ତୁ ପ୍ରସିକ୍ୟୁଟରମାନେ ଗୁରୁବାର କହିଛନ୍ତି ଯେ ଏହି ଦୁର୍ନୀତି ଦ୍ୱାରା ହୋଇଥିବା ସମୁଦାୟ କ୍ଷୟକ୍ଷତିର ପରିମାଣ ବର୍ତ୍ତମାନ ୨୭ ବିଲିୟନ ଡଲାର ହେବ।

ତେବେ ଏଭଳି ମାମଲାରେ ମୃତ୍ୟୁଦଣ୍ଡ ଅସ୍ୱାଭାବିକ ଭାବେ କଠୋର ଦଣ୍ଡ ବୋଲି କୁହାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଭିଏତନାମର ବହୁ ଅଧିକାରୀ ଓ ବ୍ୟବସାୟୀଙ୍କୁ ଜାତୀୟ ଦୁର୍ନୀତି ଦମନର ଏକ ଅଂଶ ଭାବରେ ଗିରଫ କରାଯାଇଥିଲା। ଅକ୍ଟୋବର ୨୦୨୨ରେ ଲାନ୍ ଗିରଫ ହେବା ପରେ ରାଜଧାନୀ ହାନୋଇ ଏବଂ ହୋ ଚି ମିନ୍ ସିଟିରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button