ରାଜନୀତି

ଆନ୍ନାମଲାଇଙ୍କ ପ୍ରତି ‘ଜୋକର’ ମନ୍ତବ୍ୟକୁ ନେଇ ଝଡ଼ – Kalinga News

[ad_1]

କୋଏମ୍ବାଟୁର: ତାମିଲନାଡୁ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ପ୍ରତି ଡିଏମ୍‌କେ ନେତା ଦୟାନିଧି ମାରାନଙ୍କ ‘ଜୋକର’ ମନ୍ତବ୍ୟ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ଆନ୍ନାମଲାଇ ଏହାର ଜବାବରେ କହିଛନ୍ତି ଯେ ମାରାନ ପରିବାରର ଉପନାମ ବିନା ଦୟାନିଧି ଜଣେ ‘ଅପଦାର୍ଥ’। ସେ କହିଛନ୍ତି, ଡିଏମ୍‌କେ ଦଳ ଅଶାଳୀନ ଭାଷା ଉପରେ ଆଧାରିତ। ଯଦି ଆପଣ ଡିଏମ୍‌କେର ଇତିହାସକୁ ଦେଖନ୍ତି ସେମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ, କୌଣସି ନବାଗତଙ୍କ ପ୍ରତି ଅସହିଷ୍ଣୁତା ପ୍ରକାଶ କରନ୍ତି ଏବଂ ରାଜନୈତିକ ପ୍ରତିପକ୍ଷଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରନ୍ତି। ଦୟାନିଧି ମାରାନ କ’ଣ? ତାଙ୍କ ନାମରୁ ମାରାନ ଉପନାମଟିକୁ ହଟାଇଦେଲେ ସେ କିଛି ନୁହନ୍ତି, ରାଜନୀତି କଥା ଛାଡ଼ ତାଙ୍କୁ କେଉଁଠି ଚାକିରିଟିଏ ବି ମିଳିବ ନାହିଁ। କିନ୍ତୁ ଆମେ ନିଜ ଗୋଡ଼ରେ ଠିଆ ହୋଇଛୁ, ପରିଶ୍ରମ କରି ଉପରକୁ ଉଠିଛୁ। ଆମେ ମାରାନ କିମ୍ବା ଷ୍ଟାଲିନ୍ କିମ୍ବା ଉଦୟନିଧିଙ୍କ ଭଳି ନୁହଁ।

କେବଳ ସେମାନଙ୍କ ପରିବାର ଯୋଗୁଁ ସେମାନେ ରାଜନୀତିରେ ଅଛନ୍ତି ବୋଲି ଆନ୍ନାମଲାଇ କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରାନ ଆନ୍ନାମଲାଇଙ୍କୁ ଜଣେ ଜୋକର ଓ ଛୋଟା ବତକ ବୋଲି ଏକ ସାକ୍ଷାତକାରରେ କହିଥିଲେ। ଡିଏମ୍‌କେ ନେତାଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ନାମଲାଇଙ୍କ ସପକ୍ଷରେ କହିଛନ୍ତି ଯେ ଏହା ରାଜ୍ୟରେ ଶାସକ ଦଳର ଚରିତ୍ରକୁ ପ୍ରତିଫଳିତ କରୁଛି ଏବଂ ଏପରି ଅହଂକାର ତାମିଲନାଡୁର ମହାନ ସଂସ୍କୃତିର ବିରୋଧୀ। ତାମିଲନାଡୁର ଲୋକମାନେ କେବେ ବି ଏହି ଅହଂକାରକୁ ପସନ୍ଦ କରିବେ ନାହିଁ ବୋଲି ମେଟ୍ଟୁପାଲାୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ତେବେ ଦୟାନିଧି ମାରାନ ନିଜ କଥାକୁ ଦୋହରାଇ କହିଛନ୍ତି ଯେ ସେ ତାଙ୍କ କଥାରେ ଅଟଳ ଅଛନ୍ତି। ଆନ୍ନାମଲାଇ ବିଜେପି ପାଇଁ କୋଏମ୍ବାଟୁରରୁ ଲୋକସଭା ନିର୍ବାଚନ ଲଢୁଥିବା ବେଳେ ଡିଏମ୍‌କେ ଗଣପତି ପି ରାଜକୁମାରଙ୍କୁ ପ୍ରାର୍ଥୀ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button