ଖେଳ ଖବର

ମୋ ପୂର୍ବରୁ କିଶୋର ୯୦ ମିଟର୍ ଛୁଇଁପାରନ୍ତି: ନୀରଜ – Kalinga News

[ad_1]

ଭୁବନେଶ୍ବର: ପ୍ୟାରିସ୍ ଅଲିମ୍ପିକ୍ସ ଯେତିକି ପାଖେଇ ଆସୁଛି ଭାରତୀୟ ଜା‌ଭଲିନ୍‌ ତାରକାଙ୍କ ଚର୍ଚ୍ଚା ସେତିକି ବଢ଼ି ଚାଲିଛି। ବିଶେଷ କରି ଗତ ଥର ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଏବଂ ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଓଡ଼ିଆ ପୁଅ କିଶୋର‌ ଜେନାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ନିଜ ପ୍ରସ୍ତୁତି ଠିକଣା ପଥରେ ଥିବା ନୀରଜ ପ୍ରକାଶ କରିଛନ୍ତି ଏବଂ କୌଣସି ସମୟରେ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ମୁଁ ୯୦ ମିଟର୍ ସୀମା ସ୍ପର୍ଶ କରିପାରେ ବୋଲି କହିଛନ୍ତି। ୨୬ ବର୍ଷୀୟ ନୀରଜଙ୍କ ଶ୍ରେଷ୍ଠ ‌ଥ୍ରୋ ହେଉଛି ୮୯.୯୪ ମିଟର୍, ଯାହାକୁ ସେ ୨୦୨୨ ଷ୍ଟକ୍‌ହୋମ୍‌ ଡାଏମଣ୍ଡ୍ ଲିଗ୍‌ରେ ଫିଙ୍ଗିଥିଲେ। ଭଲ ପ୍ରସ୍ତୁତି କରିଥିବାରୁ ଲୋକମାନଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ହେବନି, ଏହାର ଯଥେଷ୍ଟ୍‌ ପୂର୍ବରୁ ସମ୍ଭବତଃ ଏହା ଘଟିପାରେ ବୋଲି ନୀରଜ ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟ ମୋ ଆତ୍ମବିଶ୍ବାସକୁ ବଢ଼ାଇ ଦେଇଥିଲା। ଏହା ପରେ ବିଶ୍ବ ପ୍ରତିଯୋଗିତା ସ୍ବର୍ଣ୍ଣ ଏବଂ ଡାଏମଣ୍ଡ୍ ଲିଗ୍‌ ଟ୍ରଫି ସହ ଏସୀୟ ସ୍ବର୍ଣ୍ଣ ବଜାୟ ରଖିଛି। ତେଣୁ ଟୋକିଓ ଓ ପ୍ୟାରିସ୍ ମଧ୍ୟରେ ମୁଁ ଆତ୍ମବିଶ୍ବାସ ଅର୍ଜନ କରିଛି। ଦ୍ବିତୀୟ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବାରୁ ମୁଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତି କରିଛି। ମେ’ ୧୦ରେ ଦୋହା ଡାଏମଣ୍ଡ ଲିଗ୍‌ ଏବଂ ଜୁନ୍‌ ୧୮ରେ ମର୍ଯ୍ୟାଦାଜନକ ପାଭୋ ନୂର୍ମି ଗେମ୍ସରେ ନୀରଜ ଖେଳିବେ। ସୂଚନାଯୋଗ୍ୟ, ନୀରଜ ଅଭ୍ୟାସରେ ୯୦ ମିଟର୍ ଟପି ସାରିଥିଲେ ମଧ୍ୟ ଏହାକୁ କୌଣସି ପ୍ରତିଯୋଗିତାରେ କରିପାରିନାହାନ୍ତି।

ଓଡ଼ିଆ ପୁଅ କିଶୋର ଜେନାଙ୍କ ସହ ନୀରଜଙ୍କ ବଂଧୁତା ମଧ୍ୟ ଇତିମଧ୍ୟରେ ବଢ଼ିଯାଇଛି। ବିଶେଷ କରି ଉଭୟ ସେନାରେ କାମ କରିବା ସହ ପରସ୍ପରର ପ୍ରତିଦ୍ବଦ୍ବୀ ପାଲଟିବାରୁ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି। ଗତବର୍ଷ ହାଙ୍ଗ‌ଝୌ ଏସୀୟ କ୍ରୀଡ଼ାରେ ଉଭୟ ଭାରତ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। କିଶୋର ଏସୀୟ କ୍ରୀଡ଼ାରେ ନିଜର ଶ୍ରେଷ୍ଠ ୮୭.୫୪ ମିଟର୍‌ ସହ ରୌପ୍ୟ ପଦକ ଜିତିଥିଲେ। ନୀରଜ କହିଛନ୍ତି ‘କିଶୋର ଯେଭଳି ଭାବେ ବିଶ୍ବ ପ୍ରତିଯୋଗିତା ଓ ଏସୀୟ କ୍ରୀଡ଼ାରେ ଅଗ୍ରଗତି କରିଥିଲେ ଏହା ସବୁଠାରୁ ଉଲ୍ଲେଖନୀୟ। ମୋ ପୂର୍ବରୁ କିଶୋର ୯୦ ମିଟର୍ ସୀମା ଅତିକ୍ରମ କରିପାରନ୍ତି। ୯୦ ମିଟର୍‌ ଏବେ ଆସିନାହିଁ, ଏହା କୌଣସି ଦିନ ଘଟିପାରେ’। ପ୍ୟାରିସ୍‌ରେ ପାଗ ଅପେକ୍ଷାକୃତ ଗରମ ରୁହେ, ମୋତେ କିନ୍ତୁ ଏହା ଭଲ ଲାଗେ। ଥଣ୍ଡା ପରିବେଶରେ ଶରୀରକୁ ଠିକ୍‌ରେ ଖାପ ଖୁଆଇ ହୁଏ ନାହିଁ। ତେବେ ଏହାକୁ ମନରେ ରଖି ପ୍ରତିଯୋଗିତା ଖେଳାଯାଇପାରିବ ନାହିଁ, ଏଭଳି ହେଲେ ପ୍ରଦର୍ଶନ ପ୍ରଭାବିତ ହେବ’ ବୋଲି ନୀରଜ ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button