ସ୍ୱାସ୍ଥ୍ୟ

କେଶ ଝଡ଼ିବା ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ କେଶ ଝଡିବା ଏକ ମୁଖ୍ୟ ସମସ୍ଯା ଅଟେ। ସବୁ ଦିନ ପ୍ରତ୍ଯେକ ବ୍ୟକ୍ତିଙ୍କ କିଛି ନା କିଛି କେଶ ଝଡିଥାଏ । ମାତ୍ର କେଶ ଝଡିବା ତୁଳନାରେ ଯଦି କେଶ ତିଆରି ହେବା କମିଯାଏ, ତେବେ ତାହାକୁ କେଶ ଝଡିବା କୁହାଯାଏ ।କେଶ ଝଡିବା କୌଣସି ରୋଗ ନୁହେଁ, ଏହା ଅନେକ କାରଣରୁ ହୋଇଥାଏ ଓ ସମସ୍ତ ବର୍ଗର ଲୋକଙ୍କ ଠାରେ ଦେଖା ଦେଇଥାଏ ।  କାହାର ବୟସ ବଢିଲେ କେଶ ଝଡେ, କାହାର କେତେକ ରୋଗ ଯଥା ଥାଇରଏଡ, ହରମୋନରେ ଅସନ୍ତୁଳନତା, ବଂଶଗତ ହେତୁ କିମ୍ବା ଆହୁରି ଅନେକ ରୋଗ ରହଛି ଯେଉଁଥି ପାଇଁ କେଶ ଝଡିଥାଏ ।

ତେଣୁ ପ୍ରଥମେ କେଶ ଝଡିବାର କାରଣ ଜାଣିବା ଆବଶ୍ୟକ । କାରଣ ଜାଣି ପାରିଲେ ହିଁ ଏହାର ସଠିକ ନିରାକରଣ କରି ପାରିବେ।ତେବେ କେଶ ଝଡିବାର ଆଉ ଏକ ମୁଖ୍ୟ କାରଣ ହେଉଛି ଷ୍ଟ୍ରେସ । ଶାରୀରିକ ଭାବେ ହେଉ ବା ମାନସିକ ଭାବେ ହେଉ ଷ୍ଟ୍ରେସ ଯୋଗୁଁ କେଶ ଝଡିଥାଏ । ଉଦାହରଣ ସ୍ୱରୂପ ଯେପରି ଟାଇଫଏଡ, କ୍ୟାନସର ଆଦି ହେଲେ କେଶ ଝଡିବା ବଢିଯାଏ ।

ଏହା ହେଉଛି ଶାରୀରିକ ଚାପ । ଏହା ବ୍ଯତୀତ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ପ୍ରକାର ମାନସିକ ଷ୍ଟ୍ରେସ ରହୁଛି । କେଶ ଭଲ ଭାବେ ବଢିବା ପାଇଁ କେଶକୁ ପ୍ରଚୁର ମାତ୍ରାରେ ଭିଟାମିନ, ବାୟୋଟିନ, ମିନେରାଲ, ଆଣ୍ଟି ଅକ୍ସିଡାନ୍ଟ ମଧ୍ୟ ଦରକାର ଅଟେ । ତେବେ ମାତ୍ର ଆମେ ଆବଶ୍ଯକୀୟ ସୁଷମ ଖାଦ୍ଯ ନ ଖାଉ ଥିବାରୁ ଆମ କେଶକୁ ଭଲ ଭାବେ ପୋଷଣ ମିଳି ପାରୁ ନାହିଁ । ଖାସ କରି ସବୁଜ ପନିପରିବା ଅଧିକ ଖାଇଲେ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ ।

ତେଣୁ ଆପଣଙ୍କ କେଶକୁ ଯଦି ନିର୍ଦ୍ଧିଷ୍ଟ କେଉଁ ପୋଷାକ ତତ୍ତ୍ଵର ଆବଶ୍ୟକ ରହିଛି ସେହି ଅନୁସାରେ ତାର ଉପଚାର କରିବାକୁ ପଡିବ । କିମ୍ବା ଅନ୍ୟ କେଉଁ ରୋଗ କାରଣରୁ କେଶ ଝଡୁଛି ଯାହା ଆପଣ ଜାଣି ନାହାନ୍ତି ତେବେ ସେହି ରୋଗକୁ ଚିହ୍ନି ସେହି ଅନୁସାରେ ତାର ଚିକିତ୍ସା କରିବା ଦ୍ଵାରା ଅନେକ ମାତ୍ରାରେ କେଶ ଝଡିବା ସମସ୍ୟାକୁ ରୋକା ଯାଇ ପାରିବ।ତେବେ କେବେ କେବେ ଆମେ ଖାଉଥିବା ଔଷଧ ପାଇଁ ମଧ୍ୟ କେଶ ଝଡେ । ଆଉ କିଛି କେଶ ଝଡିବା ସମସ୍ଯା ବଂଶଗତ ହୋଇଥାଏ ।

ମାତ୍ର କେଶ ଝଡିବା ବନ୍ଦ କରିବା ପାଇଁ ଆମେ ଅନେକ ସମୟରେ ଯିଏ ଯାହା କହିଲା ସେହି ଅନୁସାରେ ବିଭିନ୍ନ ପ୍ରକାର ଉପଚାର କରିଥାଉ । ସେପରି ବିଲକୁଲ ମଧ୍ୟ କରନ୍ତୁ ନାହିଁ । ଏହା ଆପଣଙ୍କୁ କେବେ ମଧ୍ୟ ସ୍ଥାୟୀ ସମାଧାନ ଦେବ ନାହିଁ । ବରଂ ଏହି ସମସ୍ଯା ଆହୁରି ଗମ୍ଭୀର ମଧ୍ୟ ହୋଇଯାଇ ପାରେ । ତେବେ ସର୍ବଦା ଡାକ୍ତରଙ୍କ ପରାମର୍ଶ କରି ସେହି ଅନୁସାରେ ଚିକିତ୍ସା କରନ୍ତୁ ଓ ଆପଣଙ୍କୁ ଏଥିପାଇଁ ଧୈର୍ଯ୍ୟର ମଧ୍ୟ ଯଥେଷ୍ଟ  ଆବଶ୍ୟକ ଅଟେ ।

କାରଣ ଏହି ଚିକିତ୍ସା ଅତି ବେଶୀରେ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ କରିବାକୁ ପଡେ । ତା ହେଲେ ଯାଇ ଆପଣ ସୁଫଳ ପାଇବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button