ସ୍ୱାସ୍ଥ୍ୟ

ଗର୍ଭବତୀ ମହିଳାଙ୍କ ଉପକାରୀ ପାଳଙ୍ଗ ଜୁସ୍‌, ଦୂର କରେ କୋଷ୍ଠକାଠିନ୍ୟ ସମସ୍ୟା

ପାଳଙ୍ଗ ଶାଗକୁ ଆପଣମାନେ ନିଶ୍ଚିତ ଖାଇଥିବେ। ଏଥିରେ ମିନେରାଲ୍ସ, ଭିଟାମିନ ଏବଂ ଅନ୍ୟ କେତେକ ନ୍ୟୁଟ୍ରିଏଣ୍ଟ ଭରପୂର ଭାବେ ରହିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ପାଳଙ୍ଗ ଶାଗରେ ପ୍ରସ୍ତୁତ ବ୍ୟଞ୍ଜନ ଠାରୁ ଅଧିକ ଏହାର ଜୁସ୍‌ ଅଧିକ ଫାଇଦାଯୁକ୍ତ। ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ରୋଗ ଭଲ ହେବା ସହିତ ଫାଇଦା ମଧ୍ୟ ଦେଇଥାଏ।

ପାଳଙ୍ଗ ଜୁସ୍‌ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଏହାଛଡା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏହା ଦୃଷ୍ଟିଶକ୍ତି ପାଇଁ ମଧ୍ୟ ଉପକାରୀ। ଏଥିରେ ଥିବା କେରୋଟିନ ଏବଂ କ୍ଲୋରୋଫିଲ କ୍ୟାନସରରୁ ରକ୍ଷା କରିଥାଏ।

juice

ତ୍ୱଚା ସମ୍ବନ୍ଧୀୟ କେତେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଳଙ୍ଗ ଜୁସ୍‌ ପିଇବା ଉଚିତ। ଏଥିରେ ଥିବା ଭିଟାମିନ ଭରପୂର ମାତ୍ରାରେ ରହିଛି, ଯାହା ହାଡକୁ ମଜବୁତ କରିଥାଏ। ଗର୍ଭବତୀ ମହିଳାମାନେ ପାଳଙ୍ଗ ଜୁସ୍‌ ପିଇବା ଜରୁରୀ। ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button