ଛପା ହୋଇନଥିଲେ ବି ସେ ବହି ସେଇଟା କେଉଁ ବହି ? 15+ Dhaga Dhamali

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।
1- ହଲିଥାଏ କିନ୍ତୁ ଗଛ ନୁହେଁ । ଚାଲିଥାଏ କିନ୍ତୁ ଗାଡି ନୁହେଁ । ଟିକିଟିକି କରେ କିନ୍ତୁ ଗାଡି ନୁହେଁ । ସେଇଟା କଣ ?
ଉତ୍ତର;- ଟାଇପ ମେସିନ ।
2- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ । ମୁଁ କିଏ ?
ଉତ୍ତର;- ଲୁଣ ।
3- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା । କହିଲା ଭୋକ କଲେ ଖାଇବୁ । ଶୋଷ କଲେ ପିଇବୁ । ଶୀତ ହେଲେ ଜାଳିବୁ । ତାହା କଣ ?
ଉତ୍ତର;- ନଡିଆ ।
4- ଛପା ହୋଇନଥିଲେ ବି ସେ ବହି । ସେଇଟା କେଉଁ ବହି ?
ଉତ୍ତର;- ଫେସବୁକ୍ ।
5- ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ତାହାକୁ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର;- ଅଣ୍ଡା ।
6- ଏମିତି ବାଘ ସେ ଛାଡେନି ଘର । ଖାଏନି ମଣିଷ ପିଏ ସେ କ୍ଷୀର । ମା ନଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାକୁ ପ୍ରବଳ ଡର ?
ଉତ୍ତର;- ବିଲେଇ ।
7- ଗାତରେ କରାଇ ଘର । ମୁହଁରେ ତାର ନିଶ । ଯାହା ଘରେ ପଶେ, କରେ ତା’ ର ସର୍ବନାସ । ମୁଁ କିଏ ?
ଉତ୍ତର;- ମୂଷା ।
8- ବର୍ଷା ଆସିଲେ ଉପରକୁ ଉଠେ । ବର୍ଷା ଛାଡିଲେ ତଳକୁ ଖସେ । ତାହା କଣ ?
ଉତ୍ତର;- ଛତା ।
9- ବାବାଜୀ ନୁହେଁ ତାର ବଢିଛି ଦାଢି । ପାଦତଳ ଯାଏ ଆସିଛି ମାଡି । ପିଲାଏ ଖେଳନ୍ତି ଦାଢିରେ ଦୋଳି । ପକ୍ଷୀଏ ଖାଆନ୍ତି ତାହାର କୋଳି ?
ଉତ୍ତର;- ବରଗଛ ।
10- କେଉଁ ଗଛରେ କାଠ ନଥାଏ ?
ଉତ୍ତର;- କଦଳୀ ।
11- ତାହା କଣ ଯାହାକୁ ଭାଙ୍ଗିଲା ପରେ ଲୋକେ ଖୁସି ହୋଇଥାନ୍ତି ?
ଉତ୍ତର;- ରେକର୍ଡ ।
12- ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ । ଝିଅ ନୁହେଁ କିନ୍ତୁ ପର୍ସ ଧରିଥାଏ । ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ । ସେ କିଏ ?
ଉତ୍ତର;- ବସ୍ କଣ୍ଡକ୍ଟର ।
13- ତୁ ଯେତେ ହଲୁଛୁ ହଲା । ମୁଁ ତଳେ ନପଡିଲେ ଗଲା ?
ଉତ୍ତର;- ଦୋଳି ।
14- ଯାହା କେବଳ ବଢିଥାଏ । କେବେ କମିନଥାଏ ?
ଉତ୍ତର;- ବୟସ ।
15- କେଉଁ ଫଳ ପାଚିଲେ ତା’ ର ନାମ ବଦଳିଯାଏ ?
ଉତ୍ତର;- ପଇଡ ବା ନଡିଆ ।