ଦେଶ- ବିଦେଶ

ପବିତ୍ର ଅକ୍ଷୟ ତୃତୀୟାରେ ଘରର ଲକ୍ଷ୍ମୀ କରନ୍ତୁ ନାହିଁ ଏହି ଭୁଲ ନହେଲେ ପରେ କାନ୍ଦିବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥ୍‌କୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହା ହିନ୍ଦୁଧର୍ମର ଏହା ଏକ ବଡ ପର୍ବ ଭାବେ ପାଳନ କରାଯାଏ ।

ଏହି ଦିନ ସମସ୍ତ ସୁ କାର୍ଯ୍ୟ ଶୁଭାରମ୍ଭ କରାଯାଇଥାଏ । ତେବେ ଅକ୍ଷୟ ତୃତୀୟ ଦିନ ଏପରି କେତେକ କାମ ଅଛି ,ଯାହା କରିବା ଅନୁଚିତ ଯାହା କରିବା ବିଲକୁଲ ବି ଉଚିତ୍ ନୁହେଁ । ଏହା କଲେ ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଆମ ଉପରେ ଅସନ୍ତୁଷ୍ଟ ହେବେ ।

 ଅକ୍ଷୟ ତୃତୀୟ ଦିନ ଖାଲି ହାତରେ ଘରକୁ ଫେରିବା କଥା ନୁହେଁ । ସୁନା, ରୂପାଠାରୁ ଆରମ୍ଭ କରି ଯେ କୌଣସି ସାମଗ୍ରୀ ଘରକୁ ଆଣିବା ଉଚିତ। ଯଦି ମହଙ୍ଗା ଆଭୂଷଣ କିଣିବା ସମ୍ଭବପର ନୁହେଁ ତାହାହେଲେ ଧାତୁରେ ନିର୍ମିତ ଯେ କୌଣସି ଛୋଟ ବସ୍ତୁ ଆଣିଲେ ଚଳିବ ମଧ୍ୟ ଏହା ଦ୍ବାରା ଆମକୁ ଶୁଭ ଫଳ ମିଳିବ।
ମାଆ ଲକ୍ଷ୍ମୀଙ୍କୁ ଅଲଗା ପୂଜା କରିବେ ନାହିଁ। ଅକ୍ଷୟ ତୃତୀୟା ଦିନ ମାଆ ଲକ୍ଷ୍ମୀଙ୍କୁ ଏକୁଟିଆ ପୂଜା କଲେ ବିଶେଷ ଲାଭ ହୋଇ ନ ଥାଏ । ଭଗବାନ ବିଷ୍ଣୁଙ୍କ ସହ ଏକତ୍ର ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ଅକ୍ଷୟ ପୂଣ୍ୟ
ପ୍ରାପ୍ତି ହୋଇଥାଏ ।
ଅଗାଧୁଆରେ ଛୁଇଁବେନି ତୁଳସୀ । ଏହି ଦିନ ମାତା ତୁଳସୀଙ୍କୁ ଭୁଲରେ ଅଗାଧୁଆରେ ଛୁଇଁବା ଠିକ ନୁହେଁ । ଏହା କଲେ ମାଆ ରାଗିଯାନ୍ତି ।ଏହାର ପ୍ରଭାବ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କ ଉପରେ ପଡିଥାଏ। ସେମାନେ କ୍ରୋଧୀତ ହୋଇ ଉଚିତ ଫଳ ପ୍ରଦାନ କରି ନ ଥାନ୍ତି ।
Akhayatrutiya
ରାଗି କରି ପୂଜା କରନ୍ତୁ ନାହିଁ । ଅକ୍ଷୟ ତୃତୀୟ ଦିନ ମନରେ କ୍ରୋଧ ଉପୁଜିଥିଲେ ପୂଜା କରନ୍ତୁ ନାହିଁ । ଏହାର ନକାରାତ୍ମକ ପ୍ରଭାବଆପଣଙ୍କ ଜୀବନ ଉପରେ ପଡିବ ।
ଘରକୁ ଅନ୍ଧାର କରିବେ ନାହିଁ । ଅକ୍ଷୟ ତୃତୀୟା ଦିନ ଘର ଅନ୍ଧାର ରଖୁବା ଠିକ ନୁହେଁ । ଯଦି କୌଣସି କୋଣ ଅନ୍ଧାର ରହୁଛି ସେଠାରେ ଦୀପ ଲଗାଇଲେ ମାଆ ଲକ୍ଷ୍ମୀଙ୍କ କୃପା ରହିବ ।
ଏହି ସବୁ ନିୟମ ପାଳନ କଲେ ଆପଣ ନିଶ୍ଚିତ ଶୁଭଫଳ ପାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button