ରାଜନୀତି

ଜଟଣୀ ବିଜେଡିରେ ବିଦ୍ରୋହ: ଶଙ୍ଖଭବନ ଆଗରେ ‘ବିଭୂତି ହଟାଅ, ଜଟଣୀ ବଞ୍ଚାଅ’ ନାରା – Kalinga News

[ad_1]

ଜଟଣୀ: ଜଟଣୀରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନାମ ଘୋଷଣା ସରିଛି। ଏହାକୁ ନେଇ ଅନ୍ୟତମ ଆଶାୟୀ ଅର୍ଜୁନ ପରିଡ଼ା କ୍ଷୁବ୍ଧ ହୋଇଛନ୍ତି। ଆଜି ଶ୍ରୀ ପରିଡ଼ାଙ୍କ ସମର୍ଥକମାନେ ଶଙ୍ଖ ଭବନ ସମ୍ମୁଖରେ ପହଞ୍ଚି ନାରାବାଜି କରିଥିଲେ। ଦଳର ଦୃଢ଼ ପ୍ରତିଶ୍ରୁତି ପରେ ଟିକେଟ କାହିଁକି ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ‘ଜଟଣୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଅର୍ଜୁନ ପରିଡ଼ା’,‘ବିଭୂତି ହଟାଅ ଜଟଣୀ ବଞ୍ଚାଅ’ ନାରା ଦେଇଥିଲେ। ଯଦି ପ୍ରାର୍ଥୀ ପରିବର୍ତ୍ତନ ନ ହୁଅନ୍ତି, ତେବେ ହଜାର ହଜାର କର୍ମୀ ଦଳ ଛାଡ଼ିବାକୁ ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ଅର୍ଜୁନ ପରିଡ଼ା କହିଛନ୍ତି, ଦଳରେ ଦୀର୍ଘ ୧୪ ବର୍ଷ ହେଲା ନିଃସ୍ୱାର୍ଥପର ଭାବେ ତୃଣମୂଳ ସ୍ତରରୁ ଲୋକସେବା କରି ଆସୁଛି। ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ ଆସୁଛି। ଜଟଣୀରେ ମୋର ଭଲ ସଂଗଠନ ଅଛି। ହଜାର ହଜାର କର୍ମୀ ମୋ ସାଙ୍ଗରେ ଅଛନ୍ତି। ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ସହ ତୁଳନା କଲେ ମୋତେ ଅଧିକ ଲୋକ ପସନ୍ଦ କରୁଛନ୍ତି। ତେବେ ଯାହାର କମ୍‌ ଲୋକପ୍ରିୟତା ଅଛି, ତାଙ୍କୁ ଦଳ କାହିଁକି ଟିକେଟ ଦେଲା? ତୁରନ୍ତ ଟିକେଟ ବାତିଲ କରି ମୋତେ ଦିଆଯାଉ ବୋଲି ସେ ଦାବି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button