ଖେଳ ଖବର

ଦକ୍ଷିଣ ଆଫ୍ରିକାର ୮ସ୍ଥାନରେ ୨୦୨୭ ଦିନିକିଆ ବିଶ୍ବକପ୍‌ – Kalinga News

[ad_1]

ଜୋହାନସ୍‌ବର୍ଗ: ୨୦୨୭ ଦିନିକିଆ ବିଶ୍ବକପ୍‌କୁ ମିଳିତ ଭାବେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟା ଆୟୋଜନ କରି‌ବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ମ୍ୟାଚ୍‌ ଖେଳାଯିବ। ଏହି ଦେଶରେ ୮ଟି ସ୍ଥାନକୁ ବିଶ୍ବକପ୍‌ ଭେନ୍ୟୁ ଭାବେ ବଛାଯାଇଥିବା କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋଲେତ୍‌ସି ମୋସେକି କହିଛନ୍ତି। ହୋଟେଲ୍‌ ରୁମ୍‌ ଓ ବିମାନବନ୍ଦର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ସ୍ଥାନଗୁଡ଼ିକୁ ଚୟନ କରାଯାଇଥିବା ସେ କହିଛନ୍ତି। ବାସ୍ତବରେ ବିଶ୍ବକପ୍‌ ଆୟୋଜନ ପାଇଁ ପ୍ରଥମେ ୧୧ଟି ସ୍ଥାନକୁ ବଛା ଯାଇଥିଲା। କିନ୍ତୁ ଅନେକ ଆଲୋଚନା ପରେ ବେନୋନି, ଜେବି ମାର୍କ୍ସ ଓଭାଲ ଓ ଡାଏମଣ୍ଡ ଓଭାଲ୍‌କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ବିଶ୍ବକପ୍‌ର ମୁଖ୍ୟ ଷ୍ଟାଡିୟମ୍‌ ଭାବେ ଜୋହାନସ୍‌ବର୍ଗର ୱଣ୍ଡରର୍ସକୁ ରଖାଯାଇଛି। ଏହାବାଦ୍‌ ପ୍ରିଟୋରିଆସ୍ଥିତ ସେଞ୍ଚୁରିଅନ୍‌ ପାର୍କ, ଡର୍ବାନ୍‌ସ୍ଥିତ କିଙ୍ଗ୍ସମେଡ୍‌, ଗ୍ବେବେର୍ହାସ୍ଥିତ ସେଣ୍ଟ ଜର୍ଜସ୍‌ ପାର୍କ, ପର୍ଲସ୍ଥିତ ବୋଲାଣ୍ଡ ପାର୍କ, କେପ୍‌ଟାଉନ୍‌ସ୍ଥିତ ନିଉଲାଣ୍ଡ୍‌ସ, ବ୍ଲୋଏମ‌ଫଣ୍ଟେନ୍‌ସ୍ଥିତ ମାଙ୍ଗୁଆଙ୍ଗ ଓଭାଲ୍‌ ତଥା ଇଷ୍ଟ ଲଣ୍ଡନ୍‌ର ବଫାଲୋଠାରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଏଗୁଡ଼ିକ ବ୍ୟତୀତ ଜିମ୍ବାୱେ ଓ ନାମିବ୍ୟା ନିଜନିଜର ଷ୍ଟାଡିୟମ୍‌ଗୁଡ଼ିକରେ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ କରିବେ। ଉଭୟ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଆୟୋଜକ ଭାବେ ସ୍ବତଃ‌ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ନାମିବ୍ୟାକୁ ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବାକୁ ହେବ। ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ୮ ଦଳ ମଧ୍ୟ ସିଧାସଳଖ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ପାଇବେ। ଅନ୍ୟ ଦଳମାନେ ବିଶ୍ବବ୍ୟାପୀ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରୁ ଆସିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button