ରାଜନୀତି

ବିଜେପିରେ ପିସିସି ମୁଖପାତ୍ର ପୀତବାସ – Kalinga News

[ad_1]

ବ୍ରହ୍ମପୁର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି ମୁଖପାତ୍ର ତଥା ରାଜ୍ୟ ବାର୍‌ କାଉନ୍‌ସିଲ ସଦସ୍ୟ ପୀତବାସ ପଣ୍ଡା ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଗଞ୍ଜାମ ବାର୍‌ ଆସୋସିଏସନ୍‌ ସମ୍ପାଦକ ବିରଞ୍ଚି ମହାପାତ୍ର, ବିଏମ୍‌ସିର ପୂର୍ବତନ କର୍ପୋରେଟର ବୀରେନ ପଟ୍ଟନାୟକ, ଗଞ୍ଜାମ ବାର ଆସୋସିଏସନ୍‌ ସଦସ୍ୟ ସନ୍ତୋଷ ପାତ୍ର ଏବଂ ସଞ୍ଜୟ ମିଶ୍ର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ କବିସୂର୍ଯ୍ୟନଗରରୁ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏବଂ ବର୍ତ୍ତମାନ ବିଜେଡିରେ ଥିବା ସୀତାରାମ ପାଣିଗ୍ରାହୀ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି।

ସୀତାରାମଙ୍କ ସହ ପୂର୍ବତନ ଅଧ୍ୟକ୍ଷ ପୀତାମ୍ବର ସେଠୀ, ପୂର୍ବତନ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସେଠୀ ଏବଂ ତାଙ୍କର ବହୁ ସମର୍ଥକ, ଆସିକା ସଂସଦୀୟ କ୍ଷେତ୍ର ଅଧୀନ ଖଲିକୋଟ ବ୍ଲକ୍‌ ଉପାଧ୍ୟକ୍ଷ କାଳୁରାମ ମହାରଣା, ପୂର୍ବତନ ଅଧ୍ୟକ୍ଷ ଡି.ରାଧାଶ୍ୟାମ ଦୋରା ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଆସିକା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ସରୋଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button