ଜିଲ୍ଲାସ୍ତରୀୟ ନିର୍ବାଚନୀ ସମୀକ୍ଷା: ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କ ତାଲିମ୍ ଉପରେ ଗୁରୁତ୍ବ – Kalinga News

[ad_1]
ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍.ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ ବୈଠକରେ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର ମହାନ୍ତି ବିଭିନ୍ନ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ମୁଖ୍ୟତଃ ଜିଲ୍ଲାସ୍ତରରେ ଟ୍ରେନିଂ, ପୋଷ୍ଟାଲ ବାଲାଟ୍ର ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା। ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ ଯେପରି ଇଭିଏମ୍ ସମ୍ବନ୍ଧୀୟ ସମସ୍ତ ତାଲିମ ପାଇପାରିବେ ଏହା ସଂପର୍କରେ ଆଲୋଚନା ହୋଇଥିଲା। ତାଲିମ ପରେ ସମସ୍ତଙ୍କ ସନ୍ଦେହ ଦୂର ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ପରେ ସେମାନେ ଏକ ସ୍ବତନ୍ତ୍ର ପରୀକ୍ଷା ଦେବେ। ଏହାଦ୍ବାରା ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସେମାନେ ସବିଶେଷ ଜ୍ଞାନ ପାଇପାରିବେ। ଠିକ୍ ଭାବେ ଦାୟିତ୍ବ ନିର୍ବାହ କରିପାରିବେ। ବିଭିନ୍ନ ଜିଲ୍ଲା ପକ୍ଷରୁ ଏହି ସମସ୍ତ ବିଷୟ ଉପରେ ଅଧିକାରୀମାନେ ତଥ୍ୟ ରଖିଥିଲେ।
ଆସନ୍ତା ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲାସ୍ତରରୁ ନିର୍ବାଚନର ସୁପରିଚାଳନା ଓ ପ୍ରତିଟି ବୁଥ୍ରେ ଯେପରି ଭୋଟର୍ମାନେ ଉପଯୁକ୍ତ ଭାବେ ମତଦାନ କରିପାରିବେ ସେ ଉପରେ ଧ୍ୟାନ କେନ୍ଦ୍ରିତ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଲଗାତାର ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହି ବୈଠକରେ ପୁରୀ, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ତଥ୍ୟ ରଖିଥିଲେ।
[ad_2]