ଦିଲଜିତ୍ ଦୋସାଞ୍ଜ ବିବାହିତ ଓ ତାଙ୍କର ଏକ ପୁଅ ଅଛି! – Kalinga News

[ad_1]
ନୂଆଦିଲ୍ଲୀ: ଗ୍ଲୋବାଲ୍ ସିଙ୍ଗିଂ ସେନ୍ସେସନ୍ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବଦା ଗୋପନ ରଖିବାକୁ ଭଲପାଆନ୍ତି। ତାଙ୍କର ବ୍ୟବାହିକ ଜୀବନକୁ ନେଇ କୌଣସି ସାର୍ବଜନୀନ ରେକର୍ଡ ନଥିଲେ ବି ଇଣ୍ଡିଆନ୍ ଏକ୍ସପ୍ରେସ୍ର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଦିଲଜିତ୍ ଜଣେ ଆମେରିକୀୟ-ଭାରତୀୟ ମହିଳାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ଏକ ପୁଅ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାବୀ ମନୋରଞ୍ଜନ ଶିଳ୍ପର ଦିଲଜିତଙ୍କ ସାଙ୍ଗମାନଙ୍କ ଇନପୁଟକୁ ଦର୍ଶାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, “ସେ ଜଣେ ଅତି ବ୍ୟକ୍ତିଗତ ବ୍ୟକ୍ତି, ତାଙ୍କ ପରିବାର ବିଷୟରେ ସେ କାହାକୁ କିଛି କହନ୍ତି ନାହିଁ। ମାତ୍ର ସେ ତାଙ୍କର ବନ୍ଧୁମାନଙ୍କ ଆଗରେ କୁହନ୍ତି ଯେ ତାଙ୍କ ପତ୍ନୀ ଜଣେ ଆମେରିକୀୟ-ଭାରତୀୟ ଏବଂ ସେମାନଙ୍କର ଏକ ପୁଅ ଅଛି ଏବଂ ତାଙ୍କ ପିତାମାତା ଲୁଧିଆନାରେ ବସବାସ କରନ୍ତି। ”
ଅନେକ ଦିନ ପୂର୍ବରୁ ଗୁଡ୍ ନ୍ୟୁଜ୍ ସିନେମାରେ ଦିଲଜିତ୍ ଦୋସାଞ୍ଜଙ୍କ ସହ-ତାରକା କିଆରା ଆଡଭାନୀ ଅଜାଣତରେ ଦିଲ୍ଜିତ୍ଙ୍କର ଏକ ସନ୍ତାନ ଥିବା କଥା ପ୍ରକାଶ କରି ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର ସନ୍ତାନ ଅଛନ୍ତି। ସେହି ଚଳଚ୍ଚିତ୍ରରେ ଦିଲ୍ଜିତ୍ ଓ କିଆରାଙ୍କ ବ୍ୟତୀତ ଅକ୍ଷୟ କୁମାର ଓ କରୀନା କପୁର ବି ଥିଲେ। ଅକ୍ଷୟ ଓ କରୀନାଙ୍କର ବାସ୍ତବ ଜୀବନରେ ପିଲା ଥିବା କଥା ତ ଆମେ ଜାଣନ୍ତି। ହେଲେ ଦିଲ୍ଜିତ ବି ବାପା ମନି ସାରିଛନ୍ତି ବୋଲି ପ୍ରଶଂସକ କିଆରାଙ୍କ ସେହି କଥାରୁ ଅନୁମାନ କରିଥିଲେ।
[ad_2]




