ଖେଳ ଖବର

ସିଲି ପଏଣ୍ଟ୍‌: ଆଜିଠୁ ପରଦାରେ ‘ମଇଦାନ’ – Kalinga News

[ad_1]

ବୁଧବାରଠାରୁ ପରଦାକୁ ଆସୁଛି କ୍ରୀଡ଼ା ନାଟକ ଭିତ୍ତିକ ଆତ୍ମଜୀବନୀ ଚଳଚ୍ଚିତ୍ର ‘ମଇଦାନ’। ଭାରତର ସଫଳତମ ତଥା ମର୍ଯ୍ୟାଦାବନ୍ତ ଫୁଟ୍‌ବଲ୍ ପ୍ରଶିକ୍ଷକ ସୟଦ ଅବଦୁଲ ରହିମ୍‌ଙ୍କ ଜୀବନଯାତ୍ରା ଉପରେ ଆଧାରିତ ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ୍ ତାରକା ଅଜୟ ଦେବଗନ। ସାଥିରେ ଅଛନ୍ତି ପ୍ରିୟାମଣି ଓ ଗଜରାଜ ରାଓ। ବୋନି କାପୁର ଓ ଜୀ ଷ୍ଟୁଡିଓ ପ୍ରଯୋଜିତ ଏହି ହିନ୍ଦୀ ସିନେମାକୁ ନିର୍ଦେଶନା ଦେଇଛନ୍ତି ଅମିତ ରବିନ୍ଦରନାଥ ଶର୍ମା। ବୁଧବାର ପରଦାକୁ ଆସିବା ପରେ ଏପ୍ରିଲ୍ ୧୧ ତାରିଖରେ ଇଦ୍ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ବିଶ୍ବବ୍ୟାପୀ ମୁକ୍ତି ଲାଭ କରିବ। ହାଇଦ୍ରାବାଦରେ ବୃତ୍ତିରେ ଶିକ୍ଷକତା କରିଥିବା ସୟଦ ଅବଦୁଲ ରହିମ୍‌ଙ୍କୁ ସଭିଏଁ ରହିମ୍ ସାବ୍‌ ଭାବେ ଡାକୁଥିଲେ।

ଭାରତରେ ଫୁଟ୍‌ବଲ୍‌ର ଅସ୍ତିତ୍ବ ନଥିବାବେଳେ ସେ ଶିକ୍ଷକତା ଛାଡି ପୂର୍ଣ୍ଣମାତ୍ରାରେ ପ୍ରଶିକ୍ଷଣ ଦେଇଥିଲେ। ଅତ୍ୟନ୍ତ ଶୃଙ୍ଖଳିତ ଓ ନିଷ୍ଠାର ସହ ପ୍ରଶିକ୍ଷଣ ଦେଇ ରହିମ୍ ସାବ୍‌ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ଏପରିକି ୧୯୫୮ ବିଶ୍ବକପ୍‌ରେ ବ୍ରାଜିଲର ସଫଳ ସୂତ୍ର ୪-୨-୪ ସମନ୍ବୟରେ ଖେଳିବା ପୂର୍ବରୁ ୧୯୫୬ ମେଲବର୍ଣ୍ଣ ଅଲିମ୍ପିକ୍ସରେ ଭାରତକୁ ଏହି କୌଶଳରେ ଖେଳାଇଥିଲେ। ତାଙ୍କ ପ୍ରଶିକ୍ଷିତ ଭାରତୀୟ ଫୁଟ୍‌ବଲ୍ ଦଳ ୧୯୫୧ ଓ ୧୯୬୨ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୧୯୫୨ ଓ ୧୯୫୪ରେ କ୍ରମାଗତ ଭାବେ ଦକ୍ଷିଣ ପୂର୍ବ ଏସୀୟ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଏବଂ ୧୯୫୯ ‌ମେର୍ଡେକା କପ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ଏପରିକି ତାଙ୍କ ପ୍ରଶିକ୍ଷଣରେ ହାଇଦ୍ରବାଦ ୫ ଥର ରୋଭର୍ସ କପ୍ ଜିତିବା ସହ ୪ ଥର ଡୁରାଣ୍ଡ୍ କପ୍ ତୋଳି ଧରିଥିଲା। ହାଇଦ୍ରାବାଦରେ ଫୁଟ୍‌ବଲ୍‌ର ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ପରବର୍ତୀ ଜୀବନରେ ବହୁ ଭାରତୀୟ ପ୍ରଶିକ୍ଷକ ଓ ରେଫରିଙ୍କୁ ତାଲିମ ଦେଇଥିଲେ। ଆଧୁନିକ ଭାରତର ଫୁଟ୍‌ବଲ୍ ବିକାଶରେ ସେ ଅସଲ ନିର୍ମାତା ଥିଲେ କିନ୍ତୁ ମାତ୍ର ୫୩ ବର୍ଷ ବୟସରେ ପ୍ରାଣ ହରାଇ ଅଧିକ ଅବଦାନ ଦେଇପାରି ନଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button