ଅପରାଧ

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା: ଥାନାରେ ୨ ଅଟକ – Kalinga News

[ad_1]

ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ବାଲିପାଟଣା: ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନୂଆସାହି ନିକଟ ମହଲା ସାହିର ଅକ୍ଷୟ ମାଝୀଙ୍କୁ ଗତକାଲି ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଅକ୍ଷୟଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ ପରେ ଏକ ନିଛାଟିଆ ଜାଗାରେ ପକାଇ ଦେଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ନେଇଥିଲେ। ତାଙ୍କର ମୁଣ୍ଡ, ହାତ, ଗୋଡ଼ ଏବଂ ଶରୀରର ବିଭିନ୍ନ ଜାଗାରେ ଗୁରୁତର ଆଘାତ ଲାଗିଥିଲା।

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି। ବାଲିପାଟଣା ପୁଲିସ ଘଟଣାର ତଦନ୍ତ କରି ୨ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି। ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀ ମାଝୀ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଶ୍ରାବଣୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବକ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button