ଅପରାଧ

ଆମେରିକାର କ୍ଲିଭଲ୍ୟାଣ୍ଡରୁ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର; ଏକ ମାସ ହେବ ହୋଇଥିଲେ ନିଖୋଜ – Kalinga News

[ad_1]

ୱାଶିଂଟନ: ଗତ ମାସରୁ ନିଖୋଜ ଥିବା ୨୫ ବର୍ଷୀୟ ଭାରତୀୟ ଛାତ୍ରଙ୍କର ଆମେରିକାର କ୍ଲିଭଲ୍ୟାଣ୍ଡରୁ ମୃତଦେହ ଉଦ୍ଧାର ହୋଇଛି। ହାଇଦ୍ରାବାଦର ମହମ୍ମଦ ଅବଦୁଲ ଆର୍ଫାଥଙ୍କ ମୃତ୍ୟୁ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା ପାଲଟିଥିବର ବେଳେ ୨୦୨୪ ମସିହାର ଏହା ୧୧ତମ ଘଟଣା।

ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ୍ ଦ୍ୱାରା ଆର୍ଫାଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ନ୍ୟୁୟର୍କରରେ ଥିବା ଭାରତର କନସୁଲେଟ୍ ଜେନେରାଲ୍ ଏକ ଏକ୍ସ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ମହମ୍ମଦ ଅବଦୁଲ୍ ଆର୍ଫାଥଙ୍କୁ ‌ଖୋଜାଖୋଜି ଚାଲିଥିବା ବେଳେ ଓହିଓର କ୍ଲିଭଲ୍ୟାଣ୍ଡରେ ତାଙ୍କ ମୃତଦେହ ମିଳିଛି।

ତାଙ୍କ ମୃତ ଶରୀରକୁ ଭାରତ ପରିବହନ ପାଇଁ ଆମେ ଶୋକସନ୍ତପ୍ତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛୁ ବୋଲି କନସୁଲେଟ୍ ତାଙ୍କ ପୋଷ୍ଟ୍‌ରେ ଉଲ୍ଳେଖ କରିଛନ୍ତି।

କ୍ଲିଭଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ଆର୍ଫାଥ ମେ ୨୦୨୩ ମସିହାରେ ଆମେରିକାରେ ପହଞ୍ଚିଥିଲେ। ମାର୍ଚ୍ଚ ୭ ତାରିଖରେ ୨୫ ବର୍ଷୀୟା ଏହି ଯୁବକ ଜଣକ ନିଖୋଜ ହୋଇଯାଇଥିଲେ। ତାଙ୍କ ପିତା କହିଛନ୍ତି ଯେ ସେବେଠାରୁ ସେ ଆର୍ଫାଥଙ୍କ ସହ ସମ୍ପର୍କ ହରାଇଥିଲେ ଏବଂ ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ଏବେ ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button