ରାଜନୀତି

ବିଜେଡିର କର୍ମୀ ସମ୍ମିଳନୀ: ପ୍ରଚାର ମଇଦାନରେ ବବିଙ୍କ ସହ ଅରୁନ୍ଧତୀ ଦେବୀ – Kalinga News

[ad_1]

ଦେବଗଡ଼: ଦେବଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟରେ ଶନିବାର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଦଳୀୟ କାର୍ଯ୍ୟାଳୟରେ ପଂହଚିବା ପୂର୍ବରୁ ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ଜିଲ୍ଲା ବିଜେଡି ସଭାପତି ଇଂ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ବାରମ୍ବାର ଅବହେଳାର ଶିକାର ହୋଇଛି ଦେବଗଡ଼। ଏହାର କଡ଼ା ଜବାବ ଦିଆଯିବା ଦରକାର। ଦେବଗଡ଼ରେ ଦଳୀୟ ସଂଗଠନକୁ ସୁଦୃଢ଼ କରି ବିଜେଡିକୁ କିପରି ଏକ ବଡ଼ ବିଜୟ ଦିଗକୁ ନିଆଯିବ ସେନେଇ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ କହିଥିଲେ। ଜିଲ୍ଲାର ବିକାଶରେ ସାମିଲ ହେବା ପାଇଁ ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ ଦାସ ଓ ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ଦେବଗଡ଼ରେ ଆୟୋଜିତ ବିଜେଡିର କର୍ମୀ ସମ୍ମିଳନୀରେ ଆହ୍ବାନ ଦିଆଯାଇଛି ।

ବୈଠକରେ ଦେବଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଗୌତମବୁଦ୍ଧ ଦାସ, ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ, କେନ୍ଦୁପତ୍ର ତୋଳାଳି ସଂଘ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି, ବିଜେଡି ରାଜ୍ୟ ସଂପା‌ଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଉମାଶଙ୍କର ସାହୁ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଯେଉଁମାନେ ଟିକେଟ ଆଶାୟୀ ଥାଇ ନିରାଶ ହୋଇଛନ୍ତି, ସେମାନେ ବି ମଞ୍ଚରେ ଉପସ୍ଥିତ ଥିଲେ। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ। ଯୋଗ ଦେବାର କିଛି ମୁହୂର୍ତ୍ତରେ ତାଙ୍କୁ ଦଳୀୟ ଟିକେଟ ମିଳିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button