ରାହୁଲଙ୍କୁ ସମନ ପଠାଇବ ଆସାମ ପୁଲିସ୍ – Kalinga News

[ad_1]
ନୂଆଦିଲ୍ଲୀ: ଗତ ମାସରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଗୋହ୍ବାଟୀରେ ପ୍ରବେଶ କରିବା ସମୟରେ ଉପୁଜିଥିବା ବିବାଦକୁ ନେଇ ରାହୁଲଙ୍କୁ ସମନ ପଠାଇପାରେ ପୁଲିସ୍ର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାରେ ରାହୁଲ ଗାନ୍ଧୀ , କେସି ଭେନୁଗୋପାଲ, ଜିତେନ୍ଦ୍ର ସିଂ, ଜୟରାମ ରମେଶ, ଶ୍ରୀନିବାସ ବି.ଭି.ଙ୍କ ନାମରେ ଏଫ୍ଆଇଆର୍ ରୁଜୁ ହୋଇଛି।
ସୋମବାର ଦିନ ଆସାମ ପୋଲିସ କଂଗ୍ରେସ ବିଧାୟକ ଜାକିର ହୁସେନ୍ ସିକଦାର ଏବଂ ଅନ୍ୟ ଜଣେ ଦଳର ନେତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଡକାଇଥିଲା।
ଗୋହ୍ବାଟୀରେ ନଗର କଂଗ୍ରେସର ସାଧାରଣ ସମ୍ପାଦକ ରାମେନ କୁମାର ସରମାଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା। ତାଙ୍କୁ ଫେବ୍ରୁଆରି ୨୩ ତାରିଖ ସକାଳ ୧୧.୩୦ ସମୟରେ ପୁଲିସ୍ ନିକଟରେ ହାଜର ହେବାକୁ କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୩ ତାରିଖରେ ରାହୁଲଙ୍କ ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ପୁଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହି ମାମଲାକୁ ନେଇ ବିବାଦ ଉପୁଜିଥିଲା।
[ad_2]