ରାଜନୀତି

ନେତାଙ୍କ ଟାର୍ଗେଟ୍‌ରେ ପାର୍କ: ଗହ୍ମା ପୁନେଇରେ ମାଇଁ ମାଇଁ… – Kalinga News

[ad_1]

ଭୋଟ୍‌ ପାଇଁ ଭିଡ଼, ସମସ୍ୟା ସମାଧାନ ପାଇଁ ଥରୁଟିଏ ଭାବି ନାହାନ୍ତି

ଭୁବନେଶ୍ୱର: କଥାରେ ଅଛି ‘ଦିନେ ନାଇଁ କାଳେ ନାଇଁ, ଗହ୍ମା ପୁନେଇଁରେ ମାଇଁ ମାଇଁ।’ ଏବେ ନେତାଙ୍କ ଅବସ୍ଥା ସେଇୟା ହୋଇଛି। ନେତାମାନେ ଏବେ ପାର୍କକୁ ଟାର୍ଗେଟ୍‌ କରିଛନ୍ତି। ବରିଷ୍ଠ ନାଗରିକଙ୍କ ସହ ପ୍ରାତଃଭ୍ରମଣ କରୁଥିବା ଭୋଟରମାନଙ୍କ ଠାରୁ ସମର୍ଥନ ଗୋଟାଇବା ପାଇଁ ସକାଳୁ ସକାଳୁ ପାର୍କରେ ପହଞ୍ଚି ଯାଉଛନ୍ତି। ସେଠାରେ ବସି ସେମାନଙ୍କ ସହ ଆଲୋଚନା କରୁଛନ୍ତି। ପୁଣି ସେମାନଙ୍କ ସହ ମିଶି ବ୍ୟାୟାମ କରୁଛନ୍ତି, ଜୁମ୍ବା ଡାନ୍ସ ବି କରୁଛନ୍ତି। ଦିନେ ହେଲେ ତାଙ୍କ ସମସ୍ୟା କଥା ବୁଝି ନାହାନ୍ତି। ବର୍ଷ ବର୍ଷ ଧରି ଏଠାରେ ପ୍ରାତଃ ଭ୍ରମଣ କଲା ବେଳେ ସେମାନେ ଯେଉଁ ସବୁ ସମସ୍ୟାର ସାମ୍ନା କରୁଛନ୍ତି ତାହାର ସମାଧାନ କରିବା ପାଇଁ ଉଦ୍ୟମ କରିନାହାନ୍ତି। ସହରର ପ୍ରମୁଖ ପାର୍କରେ ଗଦା ଗଦା ସମସ୍ୟା ରହିଛି ଯେଉଁଥିପାଇଁ ବରିଷ୍ଠ ନାଗରିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି। ସହରର ପ୍ରମୁଖ ପାର୍କ ମଧ୍ୟ‌ରେ ଇନ୍ଦିରା ଗାନ୍ଧୀ (ଆଇଜି) ପାର୍କ ଅନ୍ୟତମ।

ବିଡିଏ ଦ୍ବାରା ପରିଚାଳିତ ଏହି ପାର୍କଟିରେ ଇ-ଟଏଲେଟ‌୍ ନିୟମିତ ସଫା ହେଉ ନଥିବା ବେଳେ ପାଣି ନିଷ୍କାସିତ ହୋଇ ପାରୁନାହିଁ। ଫଳରେ ଜଣେ ବ୍ୟବହାର କରିବା ପରେ ପରେ ଆଉ ଜଣେ ତୁରନ୍ତ ବ୍ୟବହାର କରିପାରୁନାହିଁ। ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ଶୌଚାଳୟଟି ସବୁ ସମୟରେ ବନ୍ଦ ରହୁଛି। ସିମେଣ୍ଟ ଚେୟାରଗୁଡ଼ିକ ସଫା ହେଉନଥିବା ବେଳେ ଅନେକ ଭାଙ୍ଗି ଗଲାଣି। ବଡ଼କଥା ହେଉଛି ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସାମ୍ନା କୋଣରେ ବର୍ଷା ଜଳ ଅମଳ ପ୍ରକଳ୍ପର କୁଣ୍ଡରେ ଆବର୍ଜନା ଗଦା ହୋଇ ରହିଥିବାରୁ ମଶାଙ୍କ ରହଣୀ ସ୍ଥଳ ପାଲଟିଛି। ମଶା ଧୂଆଁ ଗାଡ଼ି ଥରୁଟିଏ ବି ଆସୁନଥିବାରୁ ଭୋର୍‌ ଓ ସନ୍ଧ୍ୟାରେ ପାର୍କରେ ବସି ହେଉନାହିଁ। ସେହିଭଳି ରକ୍ଷଣାବେକ୍ଷଣ ଅଭାବରୁ ସତ୍ୟନଗର ପାର୍କର ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି। ବ୍ୟାୟାମ ଯନ୍ତ୍ରପାତି ଓ ଶିଶୁମାନଙ୍କ ଆମୋଦପ୍ରମୋଦ ପାଇଁ ଥିବା ସାମଗ୍ରୀଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଯାଇଛି। ନିୟମିତ ସଫା ହେଉନଥିବାରୁ ବରିଷ୍ଠ ନାଗରିକମାନେ ପ୍ରାତଃଭ୍ରମଣ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ଅନ୍ୟତମ ପ୍ରମୁଖ ପାର୍କ ହେଉଛି ସତ୍‌ସଙ୍ଗ ବିହାରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ। ଏହି ପାର୍କ ଅସାମାଜିକ ଯୁବକଙ୍କ ଆଡ଼ା ପାଲଟିଛି। ପ୍ରତ୍ୟେକ ସନ୍ଧ୍ୟାରେ ନିଶାଡ଼ି ଯୋଗ ପିଣ୍ଡିକୁ କବ୍‌ଜା କରୁଥିବା ବେଳେ ଏଠାରୁ ବାହାରୁଥିବା ଗଞ୍ଜେଇ ଧୂଆଁ କାହାକୁ ଶାନ୍ତିରେ ବସେଇ ଦେଉ ନାହିଁ। ଚେୟାର ଭାଙ୍ଗିଯିବା ସହ ଶୌଚାଳୟ ସ୍ଥିତି ଖରାପ ଯାଇଛି। ସବୁଠାରୁ ବଡ଼ ସମସ୍ୟା ହୋଇଛି ପାର୍କିଂ। ସନ୍ଧ୍ୟାରେ ପାଚେରୀ କଡ଼ରେ ଫଳ ଦୋକାନରେ ଭିଡ଼ ହେଉଥିବାରୁ ରାସ୍ତା ଉପରେ ପାର୍କିଂ ହେଉଛି। ରାସ୍ତା କଡ଼ରୁ ସେମାନଙ୍କୁ ଉଚ୍ଛେଦ ପରେ ଥଇଥାନ କରାନଯିବାରୁ ସେମାନେ ଏହି ପାର୍କର ପାଚେରୀ କଡ଼କୁ ଜବରଦଖଲ କରିଛନ୍ତି। ଠିକ୍‌ ସେହିଭଳି ସହିଦନଗର ଓଏମ୍‌ସି ପାର୍କ ଅବସ୍ଥା ମଧ୍ୟ ତଦ୍ରୁପ। ବରିଷ୍ଠ ନାଗରିକମାନଙ୍କ ଆମୋଦପ୍ରମୋଦ ପାଇଁ ଉଦ୍ଦିଷ୍ଟ ଏହି ପାର୍କର ବହୁ ଉପକରଣ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି। ଶୌଚାଳୟ ଓ ଅନ୍ୟାନ୍ୟ ବ୍ୟାୟାମ ସରଞ୍ଜାମ ନଷ୍ଟ ‌ହୋଇଯାଇଥିବାରୁ ବରିଷ୍ଠ ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଥିବା କଲୋନି ପାର୍କ ଅବସ୍ଥା ତଦ୍ରୁପ। କେଉଁଠି ମୁକ୍ତାକାଶ ବ୍ୟାୟାମର ସରଞ୍ଜାମ ନଷ୍ଟ ହେଲାଣି ତ କେଉଁଠି ଜବରଦଖଲ ସମସ୍ୟା ଉତ୍କଟ ଅଛି। ଠିକ୍ ରକ୍ଷଣାବେକ୍ଷଣ ବି କରାଯାଉନି।

ଅନେକ ପାର୍କରେ ରହିଥିବା ଜବରଦଖଲ ବିଡିଏ ଉଚ୍ଛେଦ କରିପାରୁ ନାହିଁ। ପାର୍କ ସବୁକୁ ପରିଚାଳନା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଜଗିବାକୁ କେହି ନାହିଁ। ପାର୍କରେ ଥିବା ଗଛ ପାଇଁ ଏକ୍ସପାରି ଔଷଧ ବ୍ୟବହାର ହେଉଥିବା ବେଳେ ଚାରା ଲଗାଇବାରେ କୋଟି କୋଟି ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ମଧ୍ୟ ରହିଛି। ଆଜି ପାର୍କରେ ଡ୍ୟାନ୍ସ କରୁଥିବା ନେତା ଥରୁଟିଏ ପ୍ରଶ୍ନ କରିନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button