ରାଜଧାନୀ ଦିଲ୍ଲୀର ୪ଟି ହସ୍ପିଟାଲ୍କୁ ମିଳିଲା ବୋମା ଧମକ – Kalinga News
[ad_1]
ନୂଆଦିଲ୍ଳୀ: ଗତକାଲି ରାଜସ୍ତାନର ୮ଟି ସ୍କୁଲକୁ ବୋମା ଧମକ ମିଳିଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀର ଚାରୋଟି ଡାକ୍ତରଖାନାକୁ ବୋମା ଧମକ ମିଳିଛି। ସେହି ହସ୍ପିଟାଲ୍ ୪ଟି ହେଉଛି ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେୟାର ହସ୍ପିଟାଲ। ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ରହିଛି। ଏ ନେଇ ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ଧମକପୂର୍ଣ୍ଣ ମେଲ କିଏ ଓ କାହିଁକି ପଠାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ଜାତୀୟ ରାଜଧାନୀର ଚାରୋଟି ଡାକ୍ତରଖାନାକୁ ପୁଲିସ ଦଳ ପଠାଯାଇଛି। ରବିବାର ଦିନ ଦିଲ୍ଲୀର ୧୦ଟି ଡାକ୍ତରଖାନା ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ତେବେ ଏହି ଧମକକୁ ଦିଲ୍ଲୀ ପୁଲିସ ଖାରଜ କରିଦେଇଛି। ମେ ୧ରେ ଦିଲ୍ଲୀ-ଏନସିଆରର ୧୫୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ ପଠାଯାଇଥିଲା। ଯାହାପରେ ଏହା ମିଥ୍ୟ ଧମକ ବୋଲି ଜାଣିବାକୁ ମିଳିଥିଲା।
ଏହି ଧମକ ପାଇଥିବା ବିଦ୍ୟାଳୟ ମଧ୍ୟରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ (ଡିପିଏସ୍) ଦ୍ୱାରକା ଏବଂ ବସନ୍ତ କୁଞ୍ଜ ୟୁନିଟ୍, ପୂର୍ବ ମୟୂର ବିହାରର ମଦର ମେରି ସ୍କୁଲ୍, ସଂସ୍କୃତ ବିଦ୍ୟାଳୟ, ପୁଷ୍ପ ବିହାରର ଆମିଟି ସ୍କୁଲ୍ ଏବଂ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିଏଭି ସ୍କୁଲ୍ର ନାମ ରହିଥିଲା। ନୋଏଡା, ଡିପିଏସ୍ ଏବଂ ଆପେଜେ ସ୍କୁଲକୁ ମଧ୍ୟ ସମାନ ଧମକ ଆସିଥିଲା।
[ad_2]