ଅପରାଧ

ପ୍ରେମିକାର ବେଶ ଧରି ପ୍ରବେଶିକା ପରୀକ୍ଷା ଦେଉଥିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା – Kalinga News

[ad_1]

ନୂଆଦିଲ୍ଲୀ: ପଞ୍ଜାବର ଫରିଦକୋଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ପାଇଁ ପ୍ରବେଶିକା ପରୀକ୍ଷା ଦେବା ମହଙ୍ଗା ପଡ଼ିଛି।

ସୂଚନାଯୋଗ୍ୟ, ଗତ ଜାନୁଆରି ୭ ତାରିଖରେ କୋଟକପୁରା ଡିଏଭି ପବ୍ଲିକ ସ୍କୁଲରେ ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଲ୍‌ଟି ପରପସ୍ ହେଲ୍‌ଥ ୱାର୍କର୍ସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା।

ଏହି ପରୀକ୍ଷା କେନ୍ଦ୍ରକୁ ଅଙ୍ଗ୍ରେଜ ସିଂହ ନାମକ ଜଣେ ଯୁବକ ତାଙ୍କ ପ୍ରେମିକା ପରମଜିତ କୌରଙ୍କ ବେଶରେ ସଜେଇ ହୋଇ ପହଞ୍ଚି ଯାଇଥିଲେ। ଏମିତିକି ଅଙ୍ଗ୍ରେଜ ନିଜକୁ ପରମଜିତ କୌର ପ୍ରମାଣିତ କରିବା ପାଇଁ ନକଲି ଭୋଟ୍‌ ପରିଚୟପତ୍ର ସହିତ ନକଲି ଆଧାର କାର୍ଡ ମଧ୍ୟ ତିଆରି କରିଥିଲେ।

ସମସ୍ତଙ୍କ ଆଖିରେ ଧୂଳି ଦେଇ ଅଙ୍ଗ୍ରେଜ ସିଂହ ପରୀକ୍ଷାକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ଏକଘଣ୍ଟାର ପରୀକ୍ଷା ଦେଇ ସାରିଥିଲେ। ଠିକ ଏତିକି ବେଳେ ଅଙ୍ଗ୍ରେଜ ସିଂହଙ୍କ ହାବଭାବ ଦେଖି ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା। ତେଣୁ ସେ ଯାଞ୍ଚ ଆରମ୍ଭ କରିଥିଲେ।

ଅଧିକାରୀ ବାୟୋମେଟ୍ରିକ୍ ଡିଭାଇସ୍‌ରେ ଅଙ୍ଗ୍ରେଜଙ୍କର ଫିଙ୍ଗରପ୍ରିଣ୍ଟ ନେଇଥିଲେ। ଏଥିରେ ପରୀକ୍ଷାପ୍ରାର୍ଥୀ ପରମଜିତ୍ କୌରଙ୍କ ସହିତ ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳା ଖାଇ ନଥିଲା। ଏହାପରେ ଅଧିକାରୀ ଅଙ୍ଗ୍ରେଜ ସିଂହଙ୍କୁ କାବୁ କରି ପୁଲିସ ଜିମା ଦେଇଥି‌ଲେ।  ଏହି ଘଟଣା ସାମ୍ନାକୁ ଆସିବା ପରେ  ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗ୍ରେଜ ସିଂହଙ୍କ ପ୍ରେମିକା ପରମଜିତ କୌରଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି।

ଏହି ଘଟଣାପ‌ରେ ପରୀକ୍ଷାକେନ୍ଦ୍ରର ସୁରକ୍ଷା ଯାଞ୍ଚରେ ଥିବା କର୍ମଚାରୀଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋ‌କେ ପ୍ରଶ୍ନ କରିଛନ୍ତି କି, ଜଣେ ପ୍ରାର୍ଥୀ ନହୋଇ ସେ ବେଶ ବଦଳାଇ ପରୀକ୍ଷାକେନ୍ଦ୍ରରେ ବିନା ବାଧାରେ ପହଞ୍ଚି ପୁଣି ଏକଘଣ୍ଟା କାଳ ପରୀକ୍ଷା ଦେବା ସତ୍ତ୍ବେ କେହି କେମିତି ଜାଣି ପାରିଲେ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button