ଓଡ଼ିଶାକୁ ୩ ପଦକ; ଫେଡେରେସନ୍ କପ୍: ଅମିତ ଉପବିଜେତା – Kalinga News

[ad_1]
ଭୁବନେଶ୍ବର: ଗୋଆଠାରେ ଆୟୋଜିତ ୧୩ତମ ଜାତୀୟ ସୁନ୍ଦରସ୍ବାସ୍ଥ୍ୟ ଓ ଫିଜିକ୍ ସ୍ପୋର୍ଟ୍ସ ପ୍ରତିଯୋଗିତା ଫେଡେରେସନ୍ କପ୍-୨୦୨୪ରେ ଅମିତ କୁମାର ଭୁୟାଁ ଉପବିଜେତା ହୋଇଛନ୍ତି। ସେ ୭୫ କେଜି ଓଜନ ବର୍ଗରେ ସ୍ବର୍ଣ୍ଣ ଜିତି ଏହି ସଫଳତା ପାଇଥିଲେ। ବାଦଲ ବେହେରା (୭୦ କେଜି) ରୌପ୍ୟ, ବିନ୍ଦୁସାଗର କଳସ (୬୫ କେଜି) କାଂସ୍ୟ ଜିତିଥିଲେ। ଫଳରେ ଓଡ଼ିଶା ପ୍ରଥମ ରନର୍ସ ଅପ୍ ପୁରସ୍କାର ପାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରତିଯୋଗିତାରେ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ (ଓବିବିଏ) ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ବରେ ରାଜ୍ୟରୁ ୧୬ ଜଣ ପ୍ରତିଯୋଗୀ, ୨ ଅଫିସିଆଲ୍ ଲଲାଟେନ୍ଦୁ ପାତ୍ର (ପ୍ରବନ୍ଧକ) ଓ ଜଗନ୍ନାଥ ଖୁଣ୍ଟିଆ (ପ୍ରଶିକ୍ଷକ) ଯୋଗ ଦେଇଥିଲେ। ଦଳର ସଫଳତା ଲାଗି ପ୍ରତିଯୋଗୀଙ୍କୁ ଓବିବିଏ ସଭାନେତ୍ରୀ ସୁମିତ୍ରା, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ପରାମର୍ଶଦାତା କମିଟି ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ଉପଦେଷ୍ଟା ହରି ପ୍ରସାଦ ପଟ୍ଟନାୟକ, ବିଭିଜି ରାଓ ଅଭିନନ୍ଦନ ଜଣାଇଛନ୍ତି।
[ad_2]