ରାଜନୀତି

ନବୀନ ନିବାସରେ ବୈଠକ: ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଲେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ – Kalinga News

[ad_1]

ଭୁବନେଶ୍ବର: ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଦଳୀୟ ପର୍ଯ୍ୟବେକ୍ଷକମାନେ ରିପୋର୍ଟ ପ୍ରଦାନ କରିଛନ୍ତି। ନବୀନ ନିବାସରେ ଆଜି ସନ୍ଧ୍ୟାରେ ବୈଠକ ପରେ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ଏହା କହିଛନ୍ତି। ସେ କହିଛନ୍ତି ଯେ, ବେଠକରେ ଦଳର ବରିଷ୍ଠ କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନଙ୍କର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀୱାରି ରିପୋର୍ଟ ପ୍ରଦାନ କରିଥିଲେ।

ଏହି ବୈଠକରେ ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ଅଶୋକ ପଣ୍ଡା, ଇଶ୍ୱର ପାଣିଗ୍ରାହୀ, ଗୌତମବୁଦ୍ଧ ଦାସ, ପ୍ରଦୀପ ଅମାତ୍, ରବୀନ୍ଦ୍ର ଜେନା, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ରବି ଜେନା, ସଂଜୟ ଦାସବର୍ମା, ସାରଦା ନାୟକ, ଦେବୀ ମିଶ୍ର, ପ୍ରତାପ ଜେନା. ସୁଶାନ୍ତ ସିଂ, ପଦ୍ମନାଭ ବେହେରା, ସମ୍ବିତ ରାଉତରାୟ, ପ୍ରୀତିରଂଜନ ଘଡେଇ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button