ମଧ୍ୟରେ ଟକରାଟକରି: ‘ବିକାଶ ସହ ଲୋକ ଅଛନ୍ତି’ ବୁନୁଙ୍କ ସଭାରେ ମେୟର – Kalinga News

[ad_1]
ଭୁବନେଶ୍ବର: ଦଫା ଦଫାରେ ବିଜେଡି ଟିକେଟ ଘୋଷଣା ହେଉଛି। ହେଲେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଅଙ୍କ ଛିଡ଼ୁନି। ଟିକେଟ ଘୋଷଣା ଯେତିକି ବିଳମ୍ବ ହେଉଛି ତାହା ନେତା ଓ କର୍ମୀଙ୍କ ଚିନ୍ତା ବଢ଼ାଉଛି। କିନ୍ତୁ ଏପଟେ ଏହି ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିବା ଦୁଇ ନେତା ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଓ କର୍ପୋରେଟର ଅମରେଶ ଜେନା(ବାଇଁଆ) ନିଜ ନିଜ ଦମ୍ ଦେଖାଇବାରେ ଲାଗି ପଡ଼ିଛନ୍ତି। ବୁନୁ ଲକ୍ଷ୍ମୀସାଗରରେ ସମାବେଶ ଆୟୋଜନ କରିଥିବା ବେଳେ ବାଇଁଆ ଏଠାରୁ ଖଣ୍ଡେ ଦୂରରେ ସମାବେଶ କରି ସମର୍ଥନ ସାଉଁଟିବାକୁ ଉଦ୍ୟମ କରିଛନ୍ତି। ନେତାଙ୍କ ସହଯୋଗୀମାନେ ନେତାଙ୍କ ଫଟୋ ଅପେକ୍ଷା ସମାବେଶରେ ଯୋଗ ଦେଇଥିବା ଜନସାଧାରଣଙ୍କ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ନରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଆୟୋଜିତ ହୋଇଥିଲା ସମ୍ୱର୍ଦ୍ଧନା ସଭା। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଧ୍ୟ ନିର୍ବାଚନମଣ୍ଡଳୀରେ ଥିବା ବିଏମ୍ସିର ୧୯ଟି ୱାର୍ଡର କର୍ମୀଙ୍କ ସମେତ କର୍ପୋରେଟର ଓ ପୂର୍ବତନ କର୍ପୋରେଟର ଏସ୍ଏଚ୍ଜି ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ବୁନୁ କହିଥିଲେ, ୨୧ ବର୍ଷ ହେଲା ଭୁବନେଶ୍ୱରରେ ଅଛି। ବିକାଶ ସାଙ୍ଗରେ ଜନସାଧାରଣ ଥିଲେ। ଆଗକୁ ବି ରହିବେ। ଏଭଳି ସମ୍ୱର୍ଦ୍ଧନା ସଭା ନୂଆ କଥା ନୁହେଁ କିମ୍ବା ମୋର ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ। ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ଠିକ୍ ନିଷ୍ପତ୍ତି ନେବେ ଏଥିରେ ସନ୍ଦେହ ନାହିଁ। ମନ୍ମଥ କହିଥିଲେ, ‘ବିଜେଡିର ବିକାଶ ହିଁ ମୂଳମନ୍ତ୍ର। ଆମେ ନିମିତ୍ତ ମାତ୍ର।’ ବୁନୁଙ୍କ ସଭାରେ ମେୟର ସୁଲୋଚନା ଦାସ କହିଥିଲେ, ବୁନୁ ଭାଇଙ୍କ ଲୋକପ୍ରିୟତାକୁ ନେଇ ସନ୍ଦେହ ନାହିଁ। କିମ୍ବା ବୁନୁ ଭାଇଙ୍କ ପ୍ରତି ଥିବା ବିଶ୍ୱାସର ପ୍ରମାଣ ଦରକାର ନାହିଁ। ଆଜିର ନାରା ଓ ହୁଳହୁଳି ନବୀନ ନିବାସରେ ପହଞ୍ଚି ସାରିଛି। ଖୁବ୍ ଶୀଘ୍ର ଶୁଭ ସଂକେତ ଆସୁଛି। ପୁଣି ଥରେ ବୁନୁ ଭାଇ ବିଧାୟକ ପ୍ରାର୍ଥୀ ହୋଇ ଆପଣମାନଙ୍କ ସେବା କରିବେ। ବିଜେଡି ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ଯୁବ ଛାତ୍ର ଶାଖାର ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଦେଇଥିଲେ।
ସେପଟେ ବାଇଁଆ ପୁରୁଣା ଷ୍ଟେସନ ବଜାର ଦୁର୍ଗା ମଣ୍ଡପରେ କର୍ମୀ ସମ୍ମିଳନୀ କରିଥିଲେ। ଏଥିରେ ବହୁ ସଂଖ୍ୟାରେ କର୍ମକର୍ତ୍ତା ଯୋଗଦେଇଥିଲେ। ତାଙ୍କ ସହ ଟିକେଟ୍ ଲବିରେ ଥିବା ରୁଦ୍ର ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଯୋଗ ଦେଇଥିଲେ। ବାଇଁଆ କହିଥିଲେ, ଆମେ କର୍ମକର୍ତ୍ତାଙ୍କୁ ନେଇ ଶାନ୍ତିଶୃଙ୍ଖଳାରେ କର୍ମୀ ସମ୍ମିଳନୀ କରିଛୁ। ଧମକାଇ କାହାକୁ ଏଠାରେ ଆଣିନାହୁଁ। ବର୍ଷା ହେବାରୁ ଆଲୋଚନା ବାକି ରହିଯାଇଛି। ପୁଣି ଥରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ବୁନୁଙ୍କ ଏହି ସମାବେଶରେ ଯୋଗ ଦେବା ପାଇଁ ଏସ୍ଏଚ୍ଜି ସଦସ୍ୟାମାନଙ୍କୁ ଧମକ ଦିଆଯାଉଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା।
[ad_2]