ଗତମାସ ବିଜେପିରେ ଯୋଗ ଦେଇଥିଲେ; ପୁଣି ବିଜେଡିକୁ ଫେରି ଆସିଲେ ରାଜୁ ଦାସ – Kalinga News

[ad_1]
ଭୁବନେଶ୍ବର/ଭଦ୍ରକ: ଧାମନଗରରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପୁଣି ଥରେ ଘରକୁ ବାହୁଡ଼ିଛନ୍ତି। ସେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପି ଛାଡ଼ି ଥିବା ନେଇ ଶ୍ରୀ ଦାସ ତାଙ୍କର ଇସ୍ତଫା ପତ୍ରକୁ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରାଜେନ୍ଦ୍ର ଦାସ ୨୦୦୯ରେ ଧାମନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ରାଜୁ ଦାସ ବିଜେଡି ଟିକେଟ୍ ଲଢ଼ିଥିଲେ ମଧ୍ୟ ନିର୍ବାଚନରେ ହାରି ଯାଇଥିଲେ। ସେହି ସମୟରେ ରାଜୁ ଦାସଙ୍କୁ ୭୫,୪୮୪ ଖଣ୍ଡ ଭୋଟ୍ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ବିଷ୍ଣ ଚରଣ ସେଠୀଙ୍କ ଠାରୁ ୪୬୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ।
ତେବେ ବିଷ୍ଣୁ ଦାସଙ୍କ ପରଲୋକ ପରେ ଧାମନଗରରେ ୨୦୨୨ରେ ଉପନିର୍ବାଚନ ହୋଇଥିଲା। କିନ୍ତୁ ଉପନିର୍ବାଚନରେ ବିଜେଡି ମହିଳା କାର୍ଡ ଖେଳିଥିଲା। ଅବନ୍ତୀ ଦାସଙ୍କୁ ବିଜେଡି ଟିକେଟ୍ ଦେଇଥିଲା। ରାଜୁ ଦାସଙ୍କୁ ଟିକେଟ୍ ନମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ଉପନିର୍ବାଚନରେ ସ୍ବର୍ଗତଃ ବିଷ୍ଣୁ ଦାସଙ୍କ ପୁଅ ତଥା ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।
ଗତ ମାସ ରାଜୁ ଦାସ ବିଜେପିରେ ଯୋଗ ଦେଇଥିଲେ। ବିଜେପି ମଧ୍ୟ ରାଜୁ ଦାସଙ୍କୁ ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଥିଲା। କିନ୍ତୁ ଦଳ କିଛି ଦିନ ପୂର୍ବରୁ ଏଠାରେ ପ୍ରାର୍ଥୀ ବଦଳାଇଥିଲା। ରାଜୁ ଦାସଙ୍କ ସ୍ଥାନରେ ଏଠାରେ ବିଧାୟକ ଥିବା ପର୍ଶୁରାମ ଧଡ଼ାକୁ ଟିକେଟ୍ ଦେଇଛି। ତେବେ ବିଜେପିର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ରାଜୁ ଦାସ ପୁଣି ଥରେ ବିଜେଡିରେ ଯୋଗ ଦେଇଛନ୍ତି।
[ad_2]




