ଅପରାଧ

ନଗଦ ୪ କୋଟି ଟଙ୍କା ସହ ବିଜେପି କର୍ମୀ ଗିରଫ – Kalinga News

[ad_1]

ଚେନ୍ନାଇ: ଚେନ୍ନାଇର ତାମ୍ବରମ୍ ରେଳ ଷ୍ଟେସନରେ ଜଣେ ବିଜେପି କର୍ମୀଙ୍କ ସମେତ ୩ ଜଣ ନଗଦ ୪ କୋଟି ଟଙ୍କା ସହ ଧରାପଡ଼ିଛନ୍ତି। ସେମାନଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ଅଭିଯୁକ୍ତ ବିଜେପି କର୍ମୀ ତଥା ଏକ ଘରୋଇ ହୋଟେଲର ମ୍ୟାନେଜର ସତୀଶ, ତାଙ୍କ ଭାଇ ନବୀନ ଓ ଜଣେ ଡ୍ରାଇଭର ୬ଟି ବ୍ୟାଗରେ ୪ କୋଟି ଟଙ୍କା ନେଇ ଯାଉଥିଲେ। ଏହି ତିନି ଜଣ ଟ୍ରେନ୍ ଯୋଗେ ତିରୁନେଲଭେଲି ଯିବାର ଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍ ସେମାନଙ୍କୁ ଅଟକ ରଖିଥିଲା। ମିଳିଥିବା ସୂଚନା ଅନୁଯାୟୀ, ସତୀଶ ତିରୁନେଲଭେଲି ବିଜେପି ସାଂସଦ ପ୍ରାର୍ଥୀ ନୈନାର ନାଗେନ୍ଥିିରାନଙ୍କ ଟିମ୍‌ର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ। ଏହି ସ୍ବୀକାରୋକ୍ତି ପରେ ଏବେ ଆୟକର ବିଭାଗ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଆଦର୍ଶ ଆଚରଣ ବିଧି ଅନୁଯାୟୀ ଜବତ ରାଶି ୧୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବାରୁ ଏ ବାବଦରେ ଅଧିକ ଖୋଳତାଡ଼ ଜାରିି ରହିଛି। ୩୯ଟି ଲୋକସଭା ଆସନ ଥିବା ତାମିଲନାଡ଼ୁରେ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button