ରାଜନୀତି

୪୦୦୦ରୁ ଅଧିକ ସାଂସଦ… ପାଟିରୁ ଖସିଗଲା, ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁରେ ନୀତୀଶ – Kalinga News

[ad_1]

ପାଟନା: ବିହାରର ନୱାଦାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୢାଲିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଟିରୁ ଭୁଲ୍‌ରେ ‘୪୦୦ ପାର୍‌’ ବଦଳରେ ‘୪୦୦୦ ପାର୍‌’ ବୋଲି ବାହାରିଯିବା ଚର୍ଚ୍ଚାର ବିଷୟ ହୋଇଛି । ନୀତୀଶ ତାଙ୍କ ଉଦ୍‌ବୋଧନରେ କହିଥିଲେ ଆମେ ପୂରା ଆଶାବାଦୀ ରହିଛୁ ଯେ ଏଥର ଏନ୍‌ଡିଏରେ ୪ ହଜାରରୁ ଅଧିକ ସାଂସଦ ଆସନ ହାସଲ କରିବ। ଆମେ ଜନସାଧାରଣଙ୍କୁ ଏହି ଅନୁରୋଧ କରବାକୁ ଆସିଛୁ। ୪ ହଜାରରୁ ଅଧିକ ସାଂସଦ ଏନ୍‌ଡିଏରୁ ନିର୍ବାଚିତ ହେବେ।’ ସୂଚନାଯୋଗ୍ୟ, ବିହାରରେ ୪୦ ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥର ‘୪୦୦ ପାର୍‌’ ଲକ୍ଷ୍ୟ ରଖିଛନ୍ତି। ନୀତୀଶଙ୍କ ପାଟିରୁ ୪୦୦ ବଦଳରେ ୪୦୦୦ ବୋଲି ଖସିଯିବା ପରେ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ସଭାରେ ୨୫ ମିନିଟ୍‌ ଭାଷଣ ରଖିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଆଜି ସଭାରେ ନୀତୀଶ କରିଥିବା ଭୁଲ୍‌ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button