ରାଜନୀତି

ପାୱାର-ଉଦ୍ଧବଙ୍କ ପାଇଁ ଅସ୍ତିତ୍ବର ଲଢ଼େଇ, ବିଜେପି-ଶିବସେନା-ଏନ୍‌ସିପି ପାଇଁ ଅଗ୍ନିପରୀକ୍ଷା – Kalinga News

[ad_1]

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ଆଞ୍ଚଳିକ ଦଳର ନେତା ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଏବେ ନିଜର ରାଜନୈତିକ ଅସ୍ତିତ୍ବ ପାଇଁ ଲଢ଼େଇ କରୁଛନ୍ତି। ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଏକନାଥ ସିନ୍ଦେ ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ପାଇଁ ମଧ୍ୟ ଅଗ୍ନିପରୀକ୍ଷା। ଉଭୟ ନେତା ନିଜ ନିଜ ଦଳକୁ ବିଭାଜିତ କରି ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ହାତ ମିଳାଇବା ପରେ ମହାରାଷ୍ଟ୍ର ରାଜନୀତି ସଂପୂର୍ଣ୍ଣ ନୂଆ ମୋଡ଼ ନେଇଛି । ଉଦ୍ଧବ ଠାକରେ ଏବଂ ଶରଦ ପାୱାର ତାଙ୍କ ରାଜନୈତିକ ଜୀବନର ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି। ସେମାନଙ୍କ ଦଳ ଯଥାକ୍ରମେ ଶିବସେନା ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଉପରୁ ସେମାନେ ନିୟନ୍ତ୍ରଣ ହରାଇବା ସହ ଦଳର ମୂଳ ନାମ ଏବଂ ନିର୍ବାଚନୀ ଚିହ୍ନ ମଧ୍ୟ ହରାଇଛନ୍ତି। ନିର୍ବାଚନ କମିସନ ଏବଂ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ପ୍ରକୃତ ଏନସିପି ଏବଂ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେଇଛନ୍ତି। ଉଭୟ ନେତା ନିର୍ବାଚନରେ ପ୍ରଭାବଶାଳୀ ପ୍ରଦର୍ଶନ ନକଲେ ସେମାନଙ୍କ ରାଜନୈତିକ ପତିଆରା ଶେଷ ହୋଇଯିବ।

୨୦୧୯ରେ ଉଦ୍ଧବ ଠାକରେ ବିଜେପିର ସହଯୋଗୀ ଥିବା ବେଳେ ରାଜ୍ୟରେ ତାଙ୍କର ଭିନ୍ନ ପ୍ରଭାବ ରହିଥିଲା ଏବଂ ବିଜେପିର ଶକ୍ତି ତାଙ୍କ ସହିତ ରହିଥିବାରୁ ସେ ଜଣେ ଶକ୍ତିଶାଳୀ ନେତାଭାବେ ନିଜକୁ ସାବ୍ୟସ୍ତ କରିଥିଲେ। ଏବେ ପରିସ୍ଥିତି ବଦଳି ଯାଇଛି। କଂଗ୍ରେସ ଏବଂ ପାୱାର ଗୋଷ୍ଠୀର ସମର୍ଥନ ଯଦି ଠିକ୍‌ରେ ନମିଳେ ତା’ହେଲେ ଦଳ ବହୁତ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଅନେକ ମତ ଦେଉଛନ୍ତି। ଉଦ୍ଧବଙ୍କ ସେନା ଏବେ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏନସିପି (ଶରଦଚନ୍ଦ୍ର ପାୱାର) ଆସନ ବୁଝାମଣା ଫର୍ମୁଲା ଅନୁଯାୟୀ ୧୦ଟି ଆସନରେ ଲଢୁଛି। ପାୱାରଙ୍କ ପାଇଁ ମୁଖ୍ୟ ଆସନ ହେଉଛି ତାଙ୍କ ଘରୋଇ କ୍ଷେତ୍ର ବାରାମତୀ, ଯେଉଁଠାରେ ତାଙ୍କ ଝିଅ ତଥା ତିନି ଥର ସାଂସଦ ଥିବା ସୁପ୍ରିୟା ସୁଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଯଦି ପାୱାର ବାରାମତୀ ହାରିଯାଆନ୍ତି, ତେବେ ତାଙ୍କ ପାଇଁ ବହୁତ ବଡ଼ ଝଟ୍‌କା ହେବ। ୮୩ ବର୍ଷୀୟ ଶରଦ ପାୱାର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ରାଜନୈତିକ କ୍ୟାରିୟରରେ କେବେ ବି ନିର୍ବାଚନ ହାରି ନଥିବା ବେଳେ ଉଦ୍ଧବ ଠାକରେ କେବେ ସିଧାସଳଖ ନିର୍ବାଚନ ଲଢ଼ି ନାହାନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ପ୍ରାର୍ଥୀଙ୍କ ପାଇଁ ନିଷ୍ଠାର ସହ କାମ କରିବା ନିମନ୍ତେ ବିଜେପି କର୍ମୀ ଆଗଭର ହେଉନଥିବାରୁ ଉଭୟ ଦଳ ପାଇଁ ଏହା ବହୁତ ବଡ଼ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ ବିଜେପି ପାଇଁ ମଧ୍ୟ ସମାନ ସ୍ଥିତି ଆସିଛି। ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ମୁଣ୍ଡ ଟେକିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button