କେନ୍ଦୁଝର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦ୍ବରେ ବିଜେଡି – Kalinga News

[ad_1]
କେନ୍ଦୁଝର: କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି। କିଛିଦିନ ତଳେ ଦଳୀୟ ନେତୃବର୍ଗ ଏହି ଆସନରେ ପ୍ରାର୍ଥୀ ଚୟନକୁ ସହଜ ମନେ କରୁଥିଲେ। ବର୍ତ୍ତମାନର ପରିସ୍ଥିତି ଏହି ଧାରଣାକୁ ବଦଳାଇ ଦେଇଛି। ପୂର୍ବରୁ ନିରବ ରହିଥିବା ଆଶାୟୀମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଟିକେଟ୍ ପାଇଁ ଦଳ ଏଠାରେ ଭାଗ ଭାଗ ହୋଇଯାଇଛି। ସମସ୍ତେ ନିଜକୁ ସର୍ବୋତ୍କୃଷ୍ଟ ବୋଲି ଯୁକ୍ତି ବାଢ଼ୁଥିବାରୁ ଆଗାମୀ ଦିନରେ ଏଠାରେ ସ୍ଥିତି କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଆସନରୁ ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝୀ ବିଜେଡି ପ୍ରାର୍ଥୀ ହେବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଥିଲା। ଏହାପରେ ଅନ୍ୟ ଟିକେଟ୍ ଆଶାୟୀମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ନିଜ ସପକ୍ଷରେ ଦଳୀୟ ନେତୃତ୍ବଙ୍କୁ ମନେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ସପ୍ତାହେ ତଳେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ସଂପର୍କରେ ଆଲୋଚନା ପାଇଁ ବିଜେଡି ସାଂଗଠନିକ ସଂପାଦକ କିଛି ବରିଷ୍ଠ ନେତାଙ୍କୁ ଡାକି ବୈଠକ କରିଥିଲେ। ବୈଠକରେ ଏହି ନିର୍ବାଚନମଣ୍ଡଳୀରୁ ଜଣେ ମହିଳା ପ୍ରାର୍ଥୀ ହେବେ ବୋଲି ଆଲୋଚନା ହୋଇଥିଲା। ଏହି କ୍ରମରେ ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝୀଙ୍କ ନାମ ଆପାତତଃ ସ୍ଥିର ହୋଇଥିଲା। ବୈଠକ ପରେ ତାଙ୍କୁ ନେଇ ବ୍ୟାପକ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହାପରେ ଅନ୍ୟତମ ଟିକଟ ଆଶାୟୀ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ମୁହଁ ଖୋଲିଥିଲେ। ସେ ନିଜ ସପକ୍ଷରେ ଦଳୀୟ ନେତୃତ୍ବଙ୍କୁ ମନାଇବାକୁ ଚାରିପାଞ୍ଚ ଦିନ ତଳେ ଭୁବନେଶ୍ବର ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା କାର୍ଡ ଖେଳିଲେ ମୀନା ନା ସସ୍ମିତା?
ମାଧବ ସର୍ଦ୍ଦାରଙ୍କର ବି ଜୋରଦାର୍ ଲବି
ତାଙ୍କ କହିବା ଥିଲା, ଗତ ନିର୍ବାଚନରେ ସେ ମାତ୍ର ୧୦୦୦ରୁ ୧୫୦୦ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ତାଙ୍କ ସହିତ ଭୋଟରଙ୍କ ସହାନୁଭୂତି ରହିଛି। ଆଉଥରେ ସୁଯୋଗ ଦେବାକୁ ସେ ଦଳୀୟ ନେତୃତ୍ବଙ୍କୁ ଜଣାଇଥିଲେ। ସେତିକିରେ ମାଧବଙ୍କ ଲବି ବନ୍ଦ ହୋଇ ନଥିଲା। କିଛିଦିନ ତଳେ ଦଳୀୟ ନେତୃତ୍ବଙ୍କୁ ଝୁମ୍ପୁରା ବ୍ଲକ୍ର କିଛି ସରପଞ୍ଚ ଓ ସମିତିସଭ୍ୟ ଭେଟି ମାଧବଙ୍କ ସପକ୍ଷରେ ମତଦେବା ସହ ତାଙ୍କୁ ଆଉଥରେ ଟିକଟ ଦିଆଯାଉ ବୋଲି କହିଥିଲେ। ସେହିପରି ଦଳର ଅନ୍ୟତମ ମହିଳା ଆଶାୟୀ ସସ୍ମିତା ସିଂ ମଧ୍ୟ ନିଜ ସପକ୍ଷରେ ଦଳୀୟ ନେତୃତ୍ବଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି। କିଛିଦିନ ତଳେ ସେ ନିର୍ବାଚନମଣ୍ଡଳୀର ୧୦ରୁ ଊର୍ଦ୍ଧ୍ବ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ସାଂଗଠନିକ ସଂପାଦକଙ୍କୁ ଭେଟିଥିଲେ। ମହିଳା ଆଶାୟୀଙ୍କ ମଧ୍ୟରେ ସେ ଟିକେଟ୍ ପାଇଁ ସବୁଠୁ ଅଧିକ ଦାବିଦାର ବୋଲି ଯୁକ୍ତି ବାଢ଼ିଥିଲେ। ସସ୍ମିତାଙ୍କ କହିବା ହେଲା, ସେ ପୂର୍ବରୁ କେନ୍ଦୁଝର ସଦର ବ୍ଲକ୍ର ଅଧ୍ୟକ୍ଷା ଥିଲେ। ୪ଥର ସମିତିସଭ୍ୟା ଭାବେ ବିଜୟୀ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ସ୍ବାଧୀନ ଭାବେ ୨୦୦୪ରେ ବିଧାୟିକା ପ୍ରାର୍ଥୀ ହୋଇଥିଲେ। ୨୫ରୁ ଊର୍ଦ୍ଧ୍ବ ସରପଞ୍ଚ ଓ ସମିତିସଭ୍ୟଙ୍କ ସମର୍ଥନ ତାଙ୍କ ସହ ରହିଛି। ଗ୍ରାମାଞ୍ଚଳ ଭୋଟ ତାଙ୍କ ସପକ୍ଷରେ ଯିବ। ଦଳୀୟ ଟିକେଟ୍ ପାଇଁ ଆଶାୟୀଙ୍କ ଏଭଳି ଲବି ପରେ ଏଠାରେ ବିଜେଡି ପାଇଁ ପ୍ରାର୍ଥୀ ଚୟନ ଜଟିଳ ହେବାରେ ଲାଗିଛି।
[ad_2]




