ରାଜନୀତି

ରାହୁଲ ତାଙ୍କ କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ୍‌ ଦେଉଛନ୍ତି ବୋଲି ଅଭିଯୋଗ ଆଣିଲା ବିଜେପି – Kalinga News

[ad_1]

ନୂଆଦିଲ୍ଳୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ନିକଟରେ ଭାଇରାଲ୍‌ ହୋଇଥିବା ଭିଡିଓ ପ୍ରସଂଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ଯେଉଁ ଭିଡିଓରେ ରାହୁଲ କୁକୁର ମନା କରିବା ପରେ ସେହି ବିସ୍କୁଟ୍‌କୁ ଅନ୍ୟ ଜଣେ ସମର୍ଥକଙ୍କୁ ଦେଇଛନ୍ତି।

ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏହି ଭିଡିଓ ଏକ୍ସରେ ପୋଷ୍ଟ୍‌ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଏବେ ବିଭିନ୍ନ ଲୋକ ସମାଲୋଚନା କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଏକ କୁକୁରକୁ ବିସ୍କୁଟ୍‌ ଖୁଆଉଛନ୍ତି। ହେଲେ କୁକୁରଟି ଯେତେବେଳେ ବିସ୍କୁଟ୍‌ ଖାଉନାହିଁ ତ ସେହି ବିସ୍କୁଟ୍‌କୁ ରାହୁଲ ସେଠାରେ ଛିଡ଼ା ହୋଇଥିବା ଜଣେ ସମର୍ଥକଙ୍କୁ ଦେଇ ଦେଉଛନ୍ତି। ରାହୁଲଙ୍କ ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି। ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ କୁକୁର ପରି ବ୍ୟବହାର କରନ୍ତି ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମତ ରଖଛନ୍ତି।

 

ଏ‌ ନେଇ ଏବେ ନିଜର ମତ ରଖିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ରାହୁଲ ତାଙ୍କ ସମର୍ଥକଙ୍କ ପ୍ରତି ଠିକ୍‌ ବ୍ୟବହାର କରୁନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଥିବା ବେଳେ ବିଶ୍ବ ଶର୍ମା କହିଛନ୍ତି, ‘‘କେବଳ ରାହୁଲ ଗାନ୍ଧୀ କ’ଣ; ତାଙ୍କ ପୂରା ପରିବାର ମୋତେ ସେ ବିସ୍କୁଟ୍‌ ଖୁଆଇ ପାରିବେ ନାହିଁ। ମୁଁ ଜଣେ ଗର୍ବିତ ଆସାମୀ ଏବଂ ଭାରତୀୟ। ମୁଁ ଖାଇବାକୁ ମନା କଲି ଓ କଂଗ୍ରେସରୁ ଇସ୍ତଫା ଦେଲି।’’ ଆସାମ ମୁଖ୍ୟମନ୍ତ୍ରୀ ଏବେ ଏହା ହିଁ କଂଗ୍ରେସରୁ ବିଦାୟ ନେବାର ଅନ୍ୟତମ କାରଣ ବୋଲି ଦର୍ଶାଇଛନ୍ତି।

ସେ ପୂର୍ବରୁ ଅନେକ ସାକ୍ଷାତ୍‌କାରରେ କହିଛନ୍ତି ଯେ ‘‘ରାହୁଲ ତାଙ୍କ କୁକୁରକୁ ଖାଇବାକୁ ଦେଉଥିବା ପ୍ଲେଟ୍‌ରେ ମୋତେ ବିସ୍କୁଟ୍‌ ଖାଇବାକୁ ଦେଇଥିବାରୁ ମୁଁ ଖାଇନଥିଲି ଓ କଂଗ୍ରେସ ଛାଡ଼ିଥିଲି।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button