ରାଜନୀତି

ଏକାମ୍ର ରାଜନୀତି: ଡବଲ୍‌ ଶଙ୍ଖରେ ଭୋଟ୍‌ ଦେବାକୁ ଆହ୍ବାନ – Kalinga News

[ad_1]

ଭୁବନେଶ୍ବର: ବିଜେଡି ଟିକେଟ୍‌ ଘୋଷଣା ହେବା ପରେ ଆଜି ବିଧିବଦ୍ଧ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଏକାମ୍ର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା। ପ୍ରଚାରକୁ ଯିବା ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ କରିଛନ୍ତି। ସାଇମନ୍ଦିର ଛକ ନିକଟସ୍ଥ ଏକ ମଣ୍ଡପରେ ବିଜେଡିର ସମସ୍ତ ସାଙ୍ଗଠନିକ ପଦପଦବିରେ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତ କରିଛନ୍ତି। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଯୋଡ଼ିଏ ଶଙ୍ଖରେ ଭୋଟ୍‌ ଦେବାକୁ ଶ୍ରୀ ପଣ୍ଡା ଆହ୍ବାନ ଦେଇଛନ୍ତି।

ଆଜି ଦିନ ୧୧ଟାରୁ ୨ଟା ଯାଏ ସାଙ୍ଗଠନିକ ବୈଠକ ବସିଥିଲା। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ଉତ୍ତର ବିଧାୟକ ତଥା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ଯୁବ ସଭାପତି ସମରେଶ ବେଉରା, ଏକାମ୍ର ମହିଳା ସଭାନେତ୍ରୀ ମହାମାୟା ସ୍ବାଇଁ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅଜିତ ବେହେରା, କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ଏକାମ୍ର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ୨୨ ଜଣ କପୋର୍ରେଟର, ୫ ଜଣ ସରପଞ୍ଚ ଓ ସମିତି ସଭ୍ୟ, ଜିଲ୍ଲା ପରିଷଦ, ପୂର୍ବତନ କର୍ପୋରେଟର, ବରିଷ୍ଠ ବିଜେଡି ନେତା, ଯୁବ, ଛାତ୍ର ଓ ମହିଳା ସଙ୍ଗଠନର ପଦାଧିକାରୀ ଯୋଗଦେଇଥିଲେ। ବୈଠକରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତରେ ଦଳର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। କେଉଁ ୱାର୍ଡରେ ଦଳ ସପକ୍ଷରେ କେତେ ଭୋଟ୍‌ ରହିଛି, କେଉଁଠି ଭଲ ଓ ଖରାପ ସ୍ଥିତି ରହିଛି, ତା’ଉପରେ ମାନସ ମନ୍ଥନ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button