ରାଜନୀତି

ବିଜେପିର ନୂଆ ତାଲିକା: ଡିମ୍ପଲଙ୍କୁ ଟକ୍କର ଦେବେ ଜୟବୀର – Kalinga News

[ad_1]

ଆସାନସୋଲରେ ଲଢ଼ିବେ ଏସ୍‌ଏସ୍ ଆହଲୁୱାଲିଆ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବୁଧବାର ଲୋକସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ମୈନପୁରୀରେ ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବଙ୍କୁ ଟକ୍କର ଦେବା ପାଇଁ ବିଜେପି ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଜୟବୀର ସିଂହ ଠାକୁରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଚଣ୍ଡୀଗଡ଼ରୁ ସଞ୍ଜୟ ଟଣ୍ଡନ, ପଶ୍ଚିମବଙ୍ଗର ଆସନସୋଲରୁ ଏସ୍‌ଏସ୍‌ ଆହଲୁୱାଲିଆ, ଫୁଲପୁରରୁ ପ୍ରବୀଣ ପଟେଲ, ଆହ୍ଲାବାଦ (ପ୍ରୟାଗରାଜ)ରୁ ନୀରଜ ତ୍ରିପାଠୀ ଏବଂ କୌଶାମ୍ବିରୁ ବିନୋଦ ସୋନକରଙ୍କୁ ପ୍ରାର୍ଥୀ କରିଛି। ଚଣ୍ଡିଗଡ଼ରୁ କିରଣ ଖେର୍‌ଙ୍କ ଟିକେଟ କଟିବା ଚର୍ଚ୍ଚାର ବିଷୟ ହୋଇଛି।

ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ଏସ୍ ଆହଲୁୱାଲିଆଙ୍କ ପ୍ରାର୍ଥିତ୍ବ ଘୋଷଣା କରିଛି ବିଜେପି। ଆହଲୁୱାଲିଆ ତୃଣମୂଳର ହେଭିୱେଟ୍ ପ୍ରାର୍ଥୀ ତଥା ଷ୍ଟାର୍ ଚେହେରା ଶତ୍ରୁଘ୍ନ ସିହ୍ନାଙ୍କୁ ରାଜ୍ୟର କୋଇଲା ବେଲ୍ଟରେ ଥିବା ଶିଳ୍ପକେନ୍ଦ୍ର ଆସାନସୋଲରେ ଟକ୍କର ଦେବେ। ପୂର୍ବରୁ ବିଜେପି ବର୍ଦ୍ଧମାନ-ଦୁର୍ଗାପୁର ଆସନରୁ ଦଳର ବର୍ତ୍ତମାନର ସାଂସଦ ଆହଲୁୱାଲିଆଙ୍କ ସ୍ଥାନରେ ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ପ୍ରାର୍ଥୀ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖରଙ୍କୁ ବାଲିଆ ଲୋକସଭା ଆସନ ପାଇଁ ବର୍ତ୍ତମାନର ସାଂସଦ ବୀରେନ୍ଦ୍ର ସିଂହ ମସ୍ତଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି। ବାଦ୍ ପଡ଼ିଥିବା ଅନ୍ୟ ଜଣେ ସାଂସଦ ହେଉଛନ୍ତି ଆହ୍ଲାବାଦର ଡାକ୍ତର ରୀତା ବହୁଗୁଣା ଯୋଶୀ। ସେଠାରେ ପୂର୍ବତନ ବାଚସ୍ପତି କେଶରୀନାଥ ତ୍ରିପାଠୀଙ୍କ ପୁଅ ନୀରଜ ତ୍ରିପାଠୀଙ୍କୁ ବିଜେପି ଟିକେଟ୍ ଦେଇଛି। ସେହିପରି ଫୁଲପୁରର ବର୍ତ୍ତମାନର ସାଂସଦ କେଶରୀ ଦେବୀ ପଟେଲଙ୍କ ସ୍ଥାନରେ ପ୍ରବୀଣ ପଟେଲଙ୍କୁ ପ୍ରାର୍ଥୀ କରାଯାଇଛି। ମଛଲିସହରର ସାଂସଦ ବିପି ସରୋଜଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ଗାଜିପୁରରେ ବିଜେପି ପାରଶନାଥ ରାୟଙ୍କୁ ପ୍ରାର୍ଥୀ କରିଛି। ରାୟ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଘନିଷ୍ଠ ସହଯୋଗୀ। ସେ ସମାଜବାଦୀ ପାର୍ଟି (ଏସ୍‌ପି)ର ଅଫଜଲ ଅନସାରୀଙ୍କୁ ଚ୍ୟାଲେଞ୍ଜ କରିବେ। ବର୍ତ୍ତମାନର ସାଂସଦ ବିନୋଦ ସୋନକର କୌଶାମ୍ବିରୁ ତୃତୀୟ ଥର ପାଇଁ ଲଢ଼ିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button