ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ: ବର୍ଷା ସୋନି – Kalinga News

[ad_1]
ଭୁବନେଶ୍ବର/ବସ୍ତା: ମୁଁ ରାଜନୀତି କରିବି ନାହିଁ। ମତେ ଭବିଷ୍ୟତରେ ମଧ୍ୟ ରାଜନୀତିରେ ଦେଖିବେ ନାହିଁ। କିନ୍ତୁ ସମାଜସେବା କରିବି। ଆମ ପରିବାରେ ବାପା ହିଁ ଆଗକୁ ରାଜନୀତି କରିବେ। ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ। ମୁଁ ଏବଂ ମୋ ସ୍ବାମୀ ସବୁବେଳେ ବାପାଙ୍କୁ ସହଯୋଗ କରିବୁ। ଆଜି ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷା ସୋନି ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରଘୁ ମହାନ୍ତିଙ୍କ ଭବିଷ୍ୟତ ରାଜନୈତିକ ପନ୍ଥା ନେଇ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବାପା ହିଁ ଆଗକୁ ନିର୍ବାଚନ ଲଢ଼ିବେ। ତେବେ ବିଜେପି ଛାଡ଼ିବା ପରେ କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ନିଷ୍ପତ୍ତି ଆମ ପରିବାର ନେଇ ନାହିଁ। ବାଲେଶ୍ଵର ବିକାଶ ସହିତ ଆମେ ସାମିଲ ହେବୁ। ବିଜୁ ଜନତା ଦଳରୁ ଯଦି ଅଫର ଆସେ ସେ ବାବଦରେ ଆମେ ଚିନ୍ତା କରିବୁ।
୨୦୧୯ ଏପ୍ରିଲ ୧ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଦୁଇ ଦିନ ପରେ ବିଜେପିରେ ସାମିଲ ହୋଇଥିଲେ। ନିଜ ପୁଅ ରାଜା ଓ ବୋହୂ ବର୍ଷା ସୋନୀଙ୍କ ସମେତ ଶତାଧିକ ସମର୍ଥକଙ୍କ ସହ ସେ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସେମାନଙ୍କୁ ବିଧିବଦ୍ଧ ଭାବେ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ, ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ କରିବି।
ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇଛନ୍ତି।
୨୦୦୪ ମସିହାରେ ତତ୍କାଳୀନ ପଞ୍ଚାୟତିରାଜ ଓ ସଂସଦ ବ୍ୟାପାର ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ମନ୍ତ୍ରୀପଦ ଯିବା ପରେ ଶ୍ରୀ ମହାନ୍ତିଙ୍କୁ ଏହି ଦାୟିତ୍ବ ମିଳିଥିଲା। ପରେ ଶ୍ରୀ ମହାନ୍ତି ଆଇନ, ସହର ବିକାଶ, ଶିଳ୍ପ, ମାଇନ୍ସ ଭଳି ବହୁଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିଥିଲା। ୨୦୧୨ ମସିହାରେ ପାରିବାରିକ କଳହ କାରଣରୁ ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ୨୦୧୪ ମସିହାରେ ଶ୍ରୀ ମହାନ୍ତିଙ୍କ ବଦଳରେ ନିତ୍ୟାନନ୍ଦ ସାହୁଙ୍କୁ ବିଜେଡି ଟିକେଟ ଦେଇଥିଲା। ୨୦୧୭ ମସିହାରେ ଶାସକ ଦଳ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ କ୍ୟାବିନେଟ୍ ସହିତ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ମିଳିଥିଲା। ପରେ ନିଜର ଦଳୀୟ ଟିକେଟ ମିଳୁନଥିବା ଜାଣି ଶ୍ରୀ ମହାନ୍ତି ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ। ବିଜେପି ତାଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଥିଲା। ବସ୍ତାରୁ ଶ୍ରୀ ମହାନ୍ତି ନିତ୍ୟାନନ୍ଦ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ।
ଚଳିତ ନିର୍ବାଚନରେ ଶ୍ରୀ ମହାନ୍ତି ଜଳେଶ୍ଵର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରୟାସ କରିଥିବା ବେଳେ ଦଳ ତାଙ୍କୁ ଏକ ପ୍ରକାର ନିର୍ଭୟ ସୂଚନା ଦେଉଥିବା ବେଳେ ପର ମୁହୂର୍ତ୍ତରେ ବିଜେଡି ଦଳରୁ ନିଲମ୍ବିତ ହୋଇ ବିଜେପିରେ ସାମିଲ ହୋଇଥିବା ଜଳେଶ୍ଵର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କୁ ବିଜେପି ଟିକେଟ ଘୋଷଣା କରିଥିଲା, ଯେଉଁଥିରେ ଶ୍ରୀ ମହାନ୍ତି ଅସନ୍ତୁଷ୍ଟ ହୋଇଥିଲେ ବିଜେପି ଦଳର ଛାମୁଆ ନେତା ଶ୍ରୀ ମହାନ୍ତିଙ୍କୁ ବୁଝାଇବାକୁ ଉଦ୍ୟମ କରି କିଛି ଘଣ୍ଟା ସମୟ ମାଗିଥିବା ବେଳେ ପର ମୁହୂର୍ତ୍ତରେ ଦଳୀୟ ଅସହାୟତା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଥିଲା। ଆଜି ଶ୍ରୀ ମହାନ୍ତି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା ପ୍ରକାଶ କରିଛନ୍ତି। ତେବେ ଆସନ୍ତାକାଲି ଶ୍ରୀ ମହାନ୍ତି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ତାଙ୍କର ସମର୍ଥକ ମହଲରେ ଚର୍ଚ୍ଚା ଜୋର ଧରିଛି।
[ad_2]




