ରାଜନୀତି

ବିଜେପି ଚାନ୍ଦା ଦିଅ କାମ ନିଅ ଗେମ୍ ଖେଳୁଛି: ସଞ୍ଜୟ ରାଉତଙ୍କ ଅଭିଯୋଗ – Kalinga News

[ad_1]

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପ୍ରର୍ଯ୍ୟାୟ ମତଦାନ ପୂର୍ବରୁ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଶିବ‌ସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନୀ ଚାନ୍ଦାକୁ ନେଇ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି। ବିଜେପି ବିଜେପି ଚାନ୍ଦା ଦିଅ କାମ ନିଅ ଗେମ୍ ଖେଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେପି ଏଭଳି କରି ୮୦୦୦ କୋଟି ଟଙ୍କାର ଚାନ୍ଦା ସଂଗ୍ରହ କରିଛି। ଆମେ ଆପଣଙ୍କ ପାଇଁ କିଛି କରିବୁ ଆପଣ ଆମ ପାଇଁ କିଛି କରନ୍ତୁ କହି ବିଜେପି ଚାନ୍ଦା ସଂଗ୍ରହ କରିଛି। ସୁପ୍ରିମକୋର୍ଟ ମଧ୍ୟ ଏହି ଚୋରି ଧରିଥିବା ସେ କହିଛନ୍ତି।

ବିଜେପି ଏଭଳି କରି ବହୁ କମ୍ପାନୀଙ୍କୁ ଟେଣ୍ଡର ଦେଇଛି। ଏହା ବଦଳରେ ହଜାର ହଜାର କୋଟିର ଚାନ୍ଦା ନେଇଛି। ପିଏମ୍ କେୟାର ଫଣ୍ଡରେ ମଧ୍ୟ ଏଭଳି ବହୁ କୋଟି ଟଙ୍କା ଜମା ହୋଇଛି। ଏସବୁ କରି ପ୍ରଧାନମନ୍ତ୍ରୀ ଦୁର୍ନୀତି ଶେଷ କରିବାର କଥା କିଭଳି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ଫାଉଣ୍ଡେସନରେ ଜମା ହୋଇଥିବା ୫୦୦ରୁ ୬୦୦ କୋଟି ଟଙ୍କା ବଟି ଦ୍ବାରା ଆଦାୟ କରାଯାଇଛି। ଏହାର ତଦନ୍ତ ହେବା ଆବଶ୍ୟକ ।

ଏହି ଫାଉଣ୍ଡେସନକୁ କିଏ କିଏ ଟଙ୍କା ଦେଉଛନ୍ତି, ଏହାର କିଏ କିଏ ସଦସ୍ୟ ଅଛନ୍ତି ତାହାର କୌଣସି ସୂଚନା ନାହିଁ ବୋଲି ସଞ୍ଜୟ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button