ସହାରନପୁର ଜନତାଙ୍କୁ ନିଜର ବ୍ୟକ୍ତିଗତ କାମ କରିବାର ଦାୟିତ୍ବ ଦେଲେ ମୋଦୀ, କ’ଣ ସେ କାମ ? – Kalinga News

[ad_1]
ସହରାନପୁର: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରପ୍ରଦେଶର ସହାରନପୁରରେ ନିର୍ବାଚନ ରାଲିରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଛନ୍ତି। ରାମମନ୍ଦିରଠାରୁ ଆରମ୍ଭ କରି ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମୋଦୀ ଉପସ୍ଥିତ ଜନତାଙ୍କୁ କହିଛନ୍ତି। ମୋଦି କହିଛନ୍ତି ଯାହା ବିଜେପି ୧୦ ବର୍ଷରେ କରିଛି ତାହା ହେଉଛି ଟ୍ରେଲର। ଏବେ ପୁରା ଫିଲ୍ମ ବାକି ଅଛି।
ଏହା ସହିତ ପ୍ରଧାନମନ୍ତ୍ରୀ ସହାରନପୁର ଜନତାଙ୍କୁ ଚନିଜର ବ୍ୟକ୍ତିଗତ କାମ କରିବାର ଦାୟିତ୍ବ ମଧ୍ୟ ନ୍ୟସ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
देश में प्रचंड बहुमत की सरकार बनाने के लिए जनता इस बार खुद चुनावी मैदान में है। उत्तर प्रदेश के सहारनपुर में विशाल संख्या में आशीर्वाद देने आए परिवारजनों का हृदय की गहराइयों से आभार।
— Narendra Modi (@narendramodi) April 6, 2024
ସେ କହିଛନ୍ତି ଆପଣମାନଙ୍କୁ ମୋର ଏକ ନିଜର କାମ କରିବାକୁ ହେବ। ମୁଁ ବିଜେପିକୁ ଭୋଟ୍ ଦେବାକୁ କହୁନାହିଁ। ମୁଁ ଉପସ୍ଥିତ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ସହାରନପୁର ପ୍ରତି ଘରଘର ପର୍ଯ୍ୟନ୍ତତ ମୋର ପ୍ରଣାମ ପହଞ୍ଚାଇଦେବେ। ଏଠାରେ ବାସ କରୁଥିବା ପ୍ରତି ଲୋକଙ୍କର ହୃଦବୋଧ ହେବା ଜରୁରୀ ଯେ, ମୋଦୀ ଆଦି ସହାରନପୁର ଆସିଥିଲେ ଏବଂ ସେମାନଙ୍କୁ ପ୍ରଣାମ ଜଣାଇଛନ୍ତି।
ଦେଶରେ ନୂଆ ସରକାର ଗଠନ ପାଇଁ ଜନତା ଚଳିତ ଥର ଜୋସ୍ରେ ଅଛନ୍ତି। ଲୋକ ବହୁ ସଂଖ୍ୟାରେ ବିଜେପି ସଭାରେ ଆପଣା ଛାଏଁ ପହଞ୍ଚୁଛନ୍ତି। ସହାରନପୁର ଜନତା ବିପୁଳ ସଂଖ୍ୟାରେ ଆଶୀର୍ବାଦ ଦେଇ ବିଜେପିକୁ ନିଜର ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବାର ସୁଯୋଗ ପ୍ରଦାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଛନ୍ତି। ମୋଦୀ ସରକାରଙ୍କ ଗ୍ୟାରେଣ୍ଟିକୁ ମନେ ରଖି ଭୋଟ ଦେବାକୁ ସେ ଲୋକଙ୍କୁ କହିଛନ୍ତି।
[ad_2]




