ହଲ୍ଦୱାନୀରେ ବେଆଇନ ମଦ୍ରାସା ଉଚ୍ଛେଦ ନେଇ ତୁମୁଳକାଣ୍ଡ: ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ – Kalinga News

[ad_1]
ହଲ୍ଦୱାନୀ: ଉତ୍ତରାଖଣ୍ଡର ହଲ୍ଦୱାନୀରେ ଏକ ବେଆଇନ ମାଦ୍ରାସା ଉଚ୍ଛେଦକୁ ନେଇ ତୁମୁଳ କାଣ୍ଡ ଘଟିଛି। ମାଦ୍ରାସା ଉଚ୍ଛେଦ ପ୍ରତିବାଦରେ ଦୁର୍ବୃତ୍ତମାନେ ପୁଲିସ କର୍ମଚାରୀଙ୍କୁ ଟେକାପଥର ମାଡ଼ କରିବା ସହ ପୁଲିସ ଗାଡ଼ିଗୁଡ଼ିକୁ ପୋଡ଼ିଦେଇଥିବା ଜଣାଯାଇଛି। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ପୁଲିସ ବଳ ନିୟୋଜନ କରାଯାଇଛି ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବରିଷ୍ଠ ପ୍ରାଶାସନିକ ଓ ପୁଲିସ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଡାକିଛନ୍ତି। ସୂଚନାନୁସାରେ, ଆଜି ଅପରାହ୍ଣ ୨ଟା ବେଳେ ହଲ୍ଦୱାନୀ ପୌର ନିଗମ ପକ୍ଷରୁ ବନଭୁଲପରୁରା ଥାନା ନିକଟସ୍ଥ ମାଲିକ ବଗିଚାରେ ନିର୍ମାଣ ହେଉଥିବା ବେଆଇନ ମସଜିଦ୍ ଓ ମାଦ୍ରାସାକୁ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ତିନି ପ୍ଲାଟୁନ୍ ରିଜର୍ଭ ପୁଲିସ ଫୋର୍ସ ଓ ଆଖପାଖ ଥାନାର କର୍ମଚାରୀ ଉପସ୍ଥିତ ଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଅପରାହ୍ଣ ପ୍ରାୟ ୪ଟା ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଶତାଧିକ ଲୋକ ସେଠାରେ ଉପସ୍ଥିତ ହୋଇ ପ୍ରତିବାଦ କରିବା ସହ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିଲେ। ପରେ ସେମାନଙ୍କୁ ଘଉଡ଼ାଇବାକୁ ପୁଲିସ ଉଦ୍ୟମ କରିଥିଲା। ଦୁର୍ବୃତ୍ତମାନେ ପୁଲିସ ଗାଡ଼ି, ନଗର ନିଗମର ଜେସିବି, ଟ୍ରାକ୍ଟର ଆଦିକୁ ନିଆଁ ଲଗାଇଦେଇଥିଲେ। ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରେ ନିଆଁ ଲଗାଇ ଦେଇଥିବାରୁ ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇଛି। ଏହାପରେ ରାତି ୭ଟା ବେଳେ ଶତାଧିକ ଉତ୍ତ୍ୟକ୍ତ ଲୋକ ବନଭୁଲପୁରା ଥାନାକୁ ଘେରାଉ କରିବା ସହ ଥାନାରେ ନିଆଁ ଲଗାଇଦେଇଥିଲେ।
[ad_2]