ଏକ୍ସ ରୋହମନ୍ ସଲ୍ଙ୍କ ବିଷୟରେ ଏପରି କହିଲେ ବ୍ରହ୍ମାଣ୍ଡ ସୁନ୍ଦରୀ – Kalinga News

[ad_1]
ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ କେତେ ବେଳେ କାହା ସହ ପ୍ରେମ ସଂପର୍କରେ ରହୁଛନ୍ତି ତାହା ଜାଣିବା ଦର୍ଶକଙ୍କ ପାଇଁ କଷ୍ଟକର ହୋଇପଡୁଛି। କେତେବେଳେ ତାଙ୍କ ନାଁ ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀଙ୍କ ସହ ଯୋଡ଼ା ଯାଉଛି ତ ପୁଣି କେତେବେଳେ ପୂର୍ବତନ ପ୍ରେମିକ ରୋହମନ୍ ସଲ୍ଙ୍କ ସହ ଯୋଡ଼ି ହୋଇଯାଉଛି। ନିକଟରେ ଏକ ସାକ୍ଷାତ୍କାରେ ପୂର୍ବ ପ୍ରେମକୁ ନେଇ ଖୋଲିକରି କଥା ହୋଇଛନ୍ତି ସୁସ୍ମିତା।

Sambad is now on WhatsApp
Join and get latest news updates delivered to you via WhatsApp
ଯେବେ ଅଭିନେତ୍ରୀଙ୍କୁ ତାଙ୍କ ପୂର୍ବ ପ୍ରେମିକଙ୍କ ସହ ବନ୍ଧୁତ୍ବ ଓ ବିବାହ କରେ ପ୍ରଶ୍ନ ପଚରାଗଲା ତ ସେ କହିଲେ, ‘‘ପୂର୍ବ ପ୍ରେମିକ (ଏକ୍ସ)ଙ୍କ ସହ ବନ୍ଧୁତ୍ବ ରଖାଯାଇପାରେ। ଏହା କଠିନ ଏବଂ ଦ୍ବନ୍ଦ୍ବ କର କଥା। ବହୁତ ଲୋକ ନିଜ ଏକ୍ସଙ୍କ ସହ ସଂପର୍କରେ ରୁହନ୍ତି। ମାତ୍ର ସେମାନେ ନିଜର ସୀମା ଜାଣନ୍ତି ନାହିଁ। ସେମାନେ କହନ୍ତି ଏକ୍ସ ସହ ବନ୍ଧୁତ୍ବ ସମ୍ଭବ। ମାତ୍ର ମୁଁ ଏହାକୁ ହେଉଥିବାର ଦେଖିଛି। ମୁଁ ମୋ ଜୀବନରେ ଏପରି କରି ନିଜକୁ ଖୁବ୍ ସାହସୀ ବୋଲି ମାନେ।’’
ସେହିପରି ବିବାହ ସଂପର୍କରେ ସୁସ୍ମିତା କହିଛନ୍ତି କି ଯଦି ତାଙ୍କୁ ଉଚିତ ଲୋକ ମିଳନ୍ତି। ସେ ଯେଉଁ ସବୁ ଗୁଣ ଚାହାନ୍ତି ଯଦି ଉକ୍ତ ବ୍ୟକ୍ତିଙ୍କ ଭିତରେ ସେ ସମସ୍ତ ଗୁଣ ଥାଏ ତ ବିବାହ କରିବେ। ତେବେ ଭାଙ୍ଗି ଯାଇଥିବା ସଂପର୍କ ବିଷୟରେ ସୁସ୍ମିତା ମାନନ୍ତି ଯେ ଯେଉଁ ସଂପର୍କ ତିଷ୍ଠିପାରେନି, ଧରିନେବା ଉଚିତ ସେ ସଂପର୍କ ଆପଣଙ୍କର ନଥିଲା।
[ad_2]