ସଡ଼କ ଦୁର୍ଘଟଣାରେ ଓଡ଼ିଆ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର – Kalinga News

[ad_1]
କଟକ: ଓଡ଼ିଆ ସିନେଜଗତର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବାର ଖବର ମିଳିଛି। କଟକ ଜିଲ୍ଲା ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ କାରକୁ ସୁଧାକର ବସନ୍ତଙ୍କ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ତାଙ୍କ ଗାଡ଼ିଟି ପୂରା ଭାଙ୍ଗି ଯାଇଛି। କାର ଭିତରେ ଦୁଇ ଜଣ ଫସିଯାଇଥିଲେ। ନିକଟରେ ଥିବା ଲୋକେ କାରକୁ କାଟି ଭିତରୁ ଦୁଇ ଜଣଙ୍କୁ ବାହାର କରାଯାଇଥିଲା। ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।
[ad_2]