ବିଜେଡିରେ ଜଣେ ଲୋକ ହିଁ ସବୁ ନିଷ୍ପତ୍ତି ନେଉଥିଲେ, ଲୋକେ ଏହାକୁ ଲୋକ ଗ୍ରହଣ କଲେନି: ଭର୍ତ୍ତୃହରି ମହତାବ – Kalinga News

[ad_1]
ଭୁବନେଶ୍ବର: ନିର୍ବାଚନ ଜିତିବା ପରେ କଟକ ସାଂସଦ ଭର୍ତୁହରି ମହତାବ ବିଜୁ ଜନତା ଦଳ (ବିଜେଡି)କୁ ଘେରିଛନ୍ତି। ବିଜେଡିର ଭବିଷ୍ୟତ ନେଇ ପ୍ରଶ୍ନ କରିଛନ୍ତି। ବିଜେଡି ଦଳ ଏବେ ସଙ୍କଟରେ ରହିଛି ବୋଲି କହିଛନ୍ତି। ବିକଳ୍ପ ଭାବେ ବିଜେପିକୁ ବାଛିଛନ୍ତି ଲୋକେ। ଆଗାମୀ ୫ ବର୍ଷ ଓଡ଼ିଶା ପାଇଁ ସୁବର୍ଣ୍ଣ ଯୁଗ ହେବ। ଓଡ଼ିଆ ଅସ୍ମିତା ଏକ ମୁଖ୍ୟ ପ୍ରସଙ୍ଗ ଥିଲା। ଜଗନ୍ନାଥଙ୍କୁ ନେଇ ଏଠାରେ ଖେଳିଥିଲେ ବିଜେଡି। ଏହାର ଫଳ ପାଇଛି ବିଜେଡି। ଆଉ ବିଜେଡି ଏକ ଆଞ୍ଚଳିକ ଦଳ ହୋଇ ନାହିଁ। ଏହା ବ୍ୟକ୍ତି କୈନ୍ଦ୍ରିକ ହୋଇଛି। ଜଣେ ଲୋକ ହିଁ ସବୁ ନିଷ୍ପତ୍ତି ନେଉଥିଲେ। ଏହାକୁ ଲୋକ ଗ୍ରହଣ କଲେ ନାହିଁ । ନିର୍ବାଚନ ସମୟରେ ଆଇନ ଶୃଙ୍ଖଳ ବିପର୍ଯ୍ୟସ୍ତ ଥିଲା । ଏସବୁ ପାଇଁ ନବୀନ ପଟ୍ଟନାୟକ ପ୍ରଶୟ ଦେଇଥିଲେ । ଏଥିପାଇ ସେ ସମ୍ପୂର୍ଣ୍ଣ ଦାୟୀ । କେତେଦିନ ପାଇଁ ଆଉ ବିଜେଡି ରହିବ ତାହା ଲୋକଙ୍କ ମନର ଏବେ ବଡ଼ ପ୍ରଶ୍ନ ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ମହତାବ କଟକରୁ ସାଂସଦ ପ୍ରାର୍ଥୀ ହୋଇଥିଲେ। ସେ ୫,୩୧,୬୦୧ ଖଣ୍ଡ ଭୋଟ୍ ପାଇଥିଲେ। ତାଙ୍କର ନିକଟତମ ପ୍ରାର୍ଥୀ ତଥଶ ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୪,୭୪,୫୨୪ ଖଣ୍ଡ ଭୋଟ ମିଳିଥିଲା।
[ad_2]