ଅପରାଧ

ନକଲି ଆୟକର ଅଧିକାରୀ ପୁଅ ପାଇଁ ବାପା ଓ ମା’ ଦେଇଥିଲେ ବଡ଼ ଭୋଜି – Kalinga News

[ad_1]

ନୂଆଦିଲ୍ଲୀ: କାନପୁର ପୁଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗାଡ଼ି ତନଖି ସମୟରେ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ରିତେଶ ଶର୍ମା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗିରଫ ରିତେଶ କାନପୁରର କଲ୍ୟାଣପୁର ଅଞ୍ଚଳର ନୂଆବସ୍ତିର ବାସିନ୍ଦା । ନିକଟରେ ସେ ତାଙ୍କ କାର ଯୋଗେ କୌଣସି ଏକ ସ୍ଥାନକୁ ଯାଉଥି‌ଲେ। ଏହି ସମୟରେ ସେ କାର ସାମ୍ନାରେ ଆୟକର ବିଭାଗ ଅଧିକାରୀର ଏକ ନାମଫଳକ ଲଗାଇଥି‌‌ଲେ। ଯାହାକୁ ଦେଖି ପୁଲିସକୁ ସନ୍ଦେହ ହୋଇଥିଲା। ତେଣୁ ସେ ରିତେଶଙ୍କ ଗାଡ଼ିକୁ ଅଟକାଇ ଗାଡ଼ିକାଗଜପତ୍ର ଯାଞ୍ଚ କରିଥିଲା। ଏଥିରୁ ରିତେଶ ଜଣେ ନକଲି ଆୟକର ଅଧିକାରୀ ଥିବା ସ୍ପଷ୍ଟ ହୋଇଯାଇଥିଲା। ଏହାପରେ ତୁରନ୍ତ ରିତେଶଙ୍କୁ ପୁଲିସ ଗିରଫ କରିଥିଲା।

ଗିରଫ ପରେ ରିତେଶ ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର ବି କରିଥିଲେ। ଯାଞ୍ଚରୁ ଜଣାପଡ଼ିଛି  କି ପୁଅ ରିତେଶ ଆୟକର ଅଧିକାରୀ ବୋଲି ବାପା ଓ ମା’ ଏକ ବଡ଼ ଭୋଜିର ଆୟୋଜନ କରି ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ।

ତେବେ ରିତେଶ କାହିଁକି ଏପରି ନକଲି ଆୟକର ଅଧିକାରୀ ସାଜି ଗାଡ଼ିରେ ନକଲି ନାମଫଳକ ଲଗାଇ ବୁଲୁଥିଲେ ସେ ନେଇ ପୁଲିସ ଯାଞ୍ଚ କରୁଛି।  ରିତେଶ ଗିରଫ ହେବାକୁ ନେଇ ପରିବାରଲୋକଙ୍କ ପକ୍ଷରୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button