ଅପରାଧ

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ଉ ଘଟଣା: ପଳା‌ଶପଲ୍ଲୀ ଘରୁ ୯ ଲକ୍ଷ, ବିଲ୍ଡର ସଂସ୍ଥାରୁ କାର୍‌ ଜବତ – Kalinga News

[ad_1]

ମୁହଁ ଖୋଲିଲେ ପ୍ରଫୁଲ୍ଲ ସାମଲ, ମୁଁ କ’ଣ ଚୋର, ଇଡିକୁ କିଏ ମୋ ଘରକୁ ପଠାଇଲା?

ଭୁବନେଶ୍ବର: ଆର୍ଥିକ ଅନିୟମିତତା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚଢ଼ଉ ପରେ ବିଧାୟକ ଓ ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ଗତକାଲି ଅର୍ଥାତ୍‌ ଗୁରୁବାର ଦିନ ଇଡି ଚଢ଼ଉ କରିଥିବା ବେଳେ ଆଜି ପଳାଶପଲ୍ଲୀସ୍ଥିତ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି ସେଠାରୁ ଏକ ଟୋୟୋଟା ଫର୍ଚ୍ୟୁନର ଗାଡ଼ି ମଧ୍ୟ ଜବତ କରାଯାଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ କେନ୍ଦ୍ରକରି ପ୍ରଫୁଲ୍ଲଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଜବତ ‌ହୋଇଥିବା ଫର୍ଚ୍ୟୁନର ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତ୍ରିଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ଜଣାଯାଇଛି। ବିଲ୍ଡର ସଂସ୍ଥା ସହ ପ୍ରୟାସକାନ୍ତିଙ୍କ କ’ଣ ସମ୍ପର୍କ? କାହିଁକି ସଂସ୍ଥାର ଗାଡ଼ିକୁ ସେ ଚଳାଉଥିଲେ? ଖୋଳତାଡ଼ କରୁ କରୁ ଘଟଣା ପଦାକୁ ଆସିଛି ଯେ, ବରପଦା ଇଞ୍ଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ଏହି ସଂସ୍ଥାକୁ ଦିଆଯାଇଥିଲା। କଲେଜ ଦୁର୍ନୀତି ମାମଲାରେ ତ୍ରିଷ୍ଣା ସ୍କାଏ ସ୍କ୍ରାପର ନାଁ ଉଠୁଥିବାରୁ ଇଡି ଟିମ୍‌ ଉକ୍ତ ବିଲଡର ସଂସ୍ଥାର ନିର୍ଦ୍ଦେଶକଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରୁ କିଛି ଜମି କିଣାବିକା କାଗଜପତ୍ର ଜବତ ହୋଇଛି। ଜବତ କାଗଜପତ୍ରରୁ ଜଣାପଡ଼ିଥିଲା ଯେ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଜମିକୁ ଉକ୍ତ ବିଲଡର ସଂସ୍ଥା ହାତକୁ ଟେକି ଦିଆଯାଇଥିଲା। ତେବେ ଏହି ହସ୍ତାନ୍ତର ପ୍ରକ୍ରିୟା ଆଇନଗତ ଭାବେ ହୋଇଛି ନା ନାହିଁ ତାହାର ଖୋଳତାଡ଼ କରୁଛି ଇଡି।

ମୁଁ କ’ଣ ଚୋର, ଇଡିକୁ କିଏ ମୋ ଘରକୁ ପଠାଇଲା?
‘ମୁଁ ପ୍ରଫୁଲ୍ଲ ସାମଲ, ମରିନାହିଁ; ବଞ୍ଚିଛି’
ଦୁର୍ନୀତି ପ୍ରମାଣ ଦେଲେ ମୁଁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଯିବି

ଭଦ୍ରକ: ଇଡି ଚଢ଼ଉ ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ଭଦ୍ରକସ୍ଥିତ ବାସଭବନରେ ଗତକାଲି ରାତିରେ ନିଜର ପ୍ରତିକ୍ରିୟା ଦେଇ ସାମ୍ବାଦିକଙ୍କୁ କହିଥିଲେ, ମୋ ବିରୋଧରେ ଏହା ଏକ ଷଡ୍‌ଯନ୍ତ୍ର। ଇଡିକୁ କିଏ ମୋ ଘରକୁ ପଠାଇଲା? ମୁଁ କଣ ଚୋର, ନା ଚୋରି କରିଛି? ବହୁଦିନରୁ ମୁଁ ସକ୍ରିୟ ରାଜନୀତିରେ ଅଛି। ବରପଦା ଇଞ୍ଜିନିୟରିଂ କଲେଜ ପରିଚାଳନା ଦାୟିତ୍ୱରୁ ମୁଁ କେବେଠାରୁ ଅବ୍ୟାହତି ନେଇସାରିଛି। ମୋତେ କାହିଁକି ଇଡି ପଚରାଉଚରା କରିବାକୁ ଆସିଲା, ଜାଣିନି। ନିର୍ବାଚନ ଆଉ ଅଳ୍ପ ଦିନ ଅଛି। ନିର୍ବାଚନ ପୂର୍ବରୁ ଏହା ମୋ ବିରୋଧରେ ଏକ ଚକ୍ରାନ୍ତ। ଆଉ ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁନି। ଇଡି ଯାଞ୍ଚ ପାଇଁ ଆସି ମୋ ସହ ବହୁ ସମୟ ଧରି କଥା ହେଲେ। ମୁଁ ସେମାନଙ୍କୁ ସବୁଥିରେ ସହଯୋଗ କରିଛି। ମୋ ଘରୁ ସେମାନେ କିଛି ପାଇଲେ ନାହିଁ। ବରଂ, ଗଲାବେଳେ ମତେ ନମସ୍କାର ପକାଇକି ଗଲେ। ସେମାନେ ତ ଏଠୁ କିଛି ପାଇଲେନି; ଅପରନ୍ତୁ ନିଜ ଚଷମା ହଜାଇ ଗଲେ ବୋଲି କହିଥିଲେ ପ୍ରଫୁଲ୍ଲ। ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିବା ବେଳେ ସେ ପ୍ରଦୀପ ମହାରଥୀଙ୍କ ଯାତ୍ରା ଡାଇଲଗ୍‌ର ଉଦାହରଣ ଦେଇ କହିଥିଲେ, ‘ମୁଁ ପ୍ରଫୁଲ୍ଲ ସାମଲ, ମରିନାହିଁ; ବଞ୍ଚିଛି। ମୋ ବିରୋଧରେ କିଏ କେତେ କଥା କହୁଛନ୍ତି। କିଛି ଲୋକ ଭାବିଥିଲେ, ଆମକୁ ଗିରଫ କରିନେବେ। ଯେଉଁମାନେ ଏଭଳି ଭାବି ଖୁସି ହେଉଛନ୍ତି, ସମୟ ତାର ଜବାବ ଦେବ। ନିଜ ନିର୍ବାଚନମଣ୍ଡଳୀ ଭଣ୍ଡାରିପୋଖରୀରେ ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାମଲ ପୁଣି ସେହି କଥାକୁ ଦୋହରାଇଥିଲେ। କହିଥିଲେ, ମୋ ବିରୋଧରେ କେହି ଦୁର୍ନୀତି ପ୍ରମାଣ ଦେଲେ ମୁଁ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଯିବି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button