ଭଲ ପାଉଥିବା ଝିଅକୁ ବାହା ହୋଇ ନପାରିବାରୁ ରାଜନୀତିକୁ ଓହ୍ଲାଇଛନ୍ତି ରାହୁଲ – Kalinga News

[ad_1]
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡିଳୀରୁ ଭାଜପା ପକ୍ଷରୁ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ଟିକେଟ ମିଳିଛି। ଟିକେଟ ମିଳିବା ପରେ କଙ୍ଗନାଙ୍କ ନିର୍ବାଚନ ଲଢ଼ିବାକୁ କିଏ ସମର୍ଥନ କରୁଥିବା ବେଳେ କେହିକେହି ସମର୍ଥନ ନକରି କହୁଛନ୍ତି, ‘କଙ୍ଗନା ନିର୍ବାଚନ ଲଢ଼ିପାରିବେ ତ। ଲୋକଙ୍କୁ ସମୟ ଦେଇ ପାରିବେ ତ?’
Sambad is now on WhatsApp
Join and get latest news updates delivered to you via WhatsApp
କଙ୍ଗନା ମଣ୍ଡି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ପୂର୍ବରୁ ରାଜନୀତିକୁ ନେଇ ଦେଇଥିବା ପ୍ରତିକ୍ରିୟା ସବୁ ଭାଇରାଲ ହେଉଛ। ଏଭଳି ସ୍ଥିତିରେ କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ।
ଏହି ସାକ୍ଷାତକାରେ କଙ୍ଗନା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି, ରାହୁଲ ଯେଉଁ ଝିଅଙ୍କୁ ଭଲ ପାଉଥିଲେ ତାଙ୍କୁ ବାହା ହୋଇ ପାରିଲେ ନାହିଁ। ତେଣୁ ସେ ରାଜନୀତିକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି। ସେଥିପାଇଁ ତ ଏଯାବତ ସେ କୌଣସି ଝିଅଙ୍କୁ ବିବାହ କରିନାହାନ୍ତି।
ମୋ ମତରେ ପ୍ରିୟାଙ୍କ ଓ ରାହୁଲ ଦୁହେଁ ନିଜ ଜୀବନରେ କିଛି ଭଲ କରି ପାରିଥାଆନ୍ତେ। କିନ୍ତୁ ଭାଇଭଉଣୀ ଦୁହିଁଙ୍କ ଉପରେ ସବୁବେଳେ ମା’ ସୋନିଆ ଚାପ ପକାଇ ଆସିଛନ୍ତି। ଯେଉଁଥିପାଇଁ ଦୁହେଁ ସ୍ବାଧୀନ ଭାବେ କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଦୁହିଁଙ୍କ ରାଜନୀତିରେ କୌଣସି ଭବିଷ୍ୟତ ନାହିଁ ବୋଲି ମୁଁ ଅନୁଭବ କରେ। ହୋଇପାରେ ମୋର ଅନୁଭବ ଭୁଲ ବି ହୋଇଥାଇପାରେ।’
[ad_2]




