ମନୋରଞ୍ଜନ

ଚାଉଳରୁ ବାହାରିଲେ ପ୍ରଭୁ ଜଗନ୍ନାଥ ଦେଖନ୍ତୁ କେମିତି ସୁନ୍ଦର ଭାବେ ହୋଇଛି କାରୁକାର୍ଯ୍ୟ

ଚାଉଳ ଆଉ ଡାଲି ରୁ ବାହାରିଲେ ଜଗତର ନାଥ ଜଗନ୍ନାଥ।କେବଳ ଜଗନ୍ନାଥ ନୁହନ୍ତି ଅନ୍ୟ ଦେବଦେବୀ ମଧ୍ୟ ଚାଉଳ ଆଉ ଡାଲି ରୁ ଆବିର୍ଭାବ ହୋଇଛନ୍ତି।ଘରର ଆର୍ଥିକ ପରିସ୍ଥିତି ପାଇଁ ଆଉ ପାଠ ପଢି ପାରିଲେ ନାହିଁ।
ଆଉ ମହାମାରୀ କରୋନା ସମୟରେ କେଉଁଠି ଚାକିରି ଖଣ୍ଡିଏ ମଧ୍ୟ ମିଳିଲା ନାହିଁ।ଶେଷରେ ଘରେ ବସି ନିଜ ଚେଷ୍ଟାରେ ବନି ଗଲେ ଜଣେ ଭଲ ଚିତ୍ରକାର। ଅରୁଆ ଚାଉଳ, ଡାଲି ଆଉ କଉଡ଼ି କୁ ନେଇ ଏବେ ସେ କରୁଛନ୍ତି ଚମତ୍କାର ଚିତ୍ର ।
ସେହି ଯୁବକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ବାରଦା ଗ୍ରାମର ୧୮ ବର୍ଷର ଯୁବକ ଭବାନୀ ଶଙ୍କର।ଯାହାଙ୍କର ନିଆରା ଚିତ୍ର କଳା କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଭବାନୀ ଅରୁଆ ଚାଉଳ, ଅଳିତା, ଡାକି ଆଉ କଉଡ଼ି ଇତ୍ୟାଦି ରେ ଏହି ସୁନ୍ଦର ଚିତ୍ର କଳା ପ୍ରସ୍ତୁତ କରୁଛନ୍ତି।
ଯାହାକୁ ଥରେ ଦେଖିଲେ ଆଖି ଲାଖି ଯିବ।ଭବାନୀ ଙ୍କ ହାତରେ ପ୍ରସ୍ତୁତ ହୋଇଛି ଜଗତର ନାଥ ଜଗନ୍ନାଥ ଙ୍କ ଫଟୋ ଚିତ୍ର ସହ ବିଭିନ୍ନ ଦେବଦେବୀ ଓ ମହାପୁରୁଷ,ରାଜନେତା ମାନଙ୍କ ଫଟୋ ଚିତ୍ର।
ଯାହା ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାରେ ଚାରିଆଡ଼େ ପ୍ରଶଂସା ସାଉଁଟି ବାରେ ଲାଗିଛି।ସବୁଠାରୁ ବଡ଼ କଥା ହେଉଛି ଯେ ଭବାନୀ ଏଥିପାଇଁ କାହା ପାଖରୁ ତାଲିମ ନେଇ ନାହାନ୍ତି।
ବରଂ ନିଜସ୍ଵ ବୁଦ୍ଧି ଆଉ ଇଛା ବଳରେ ଏସବୁ କରି ପାରିଛନ୍ତି।୨୦୧୯ ରୁ ଭବାନୀ ଚିତ୍ର କରିବା ଆରମ୍ଭ କରିଛନ୍ତି। ଭବାନୀ ନିଜେ ସବୁ ଚିତ୍ର ଆଙ୍କିବା ସହିତ ଗ୍ରାମର ଅନ୍ୟ କିଛି କୁନି କୁନି ପିଲାଙ୍କୁ ମଧ୍ୟ ଏହି ବାବଦରେ ଏବେ ଶିକ୍ଷା ଦେଉଛନ୍ତି।
କେବଳ ସେତିକି ନୁହେଁ ଆଖପାଖ ଅଂଚଳର ସ୍କୁଲ କଲେଜ ପିଲାମାନଙ୍କୁ ମଧ୍ୟ ବିନା କୌଣସି ପାରିଶ୍ରମିକ ରେ ଭବାନୀ ପ୍ରୋଜେକ୍ଟ ସବୁ ତିଆରି କରି ଦେଉଛନ୍ତି।
ଭବାନୀ ଯୁକ୍ତ ଦୁଇ ପାଠ ପଢା ସାରିଥିବା ପରେ ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ନିଜ ଅନିଚ୍ଛା ସତ୍ତ୍ବେ ପାଠ ପଢା ବନ୍ଦ କରି ଦେଇଥିଲେ।ଦୁଇ ପଇସା ରୋଜଗାର କରି ବାପାଙ୍କ କାନ୍ଧରେ କନ୍ଧ ମିଶାଇବାକୁ ମଧ୍ୟ ବହୁତ ଚେଷ୍ଟା କରିଥିଲେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button