ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ: ଭଦ୍ରକ ରାଜନୀତି ହଲଚଲ – Kalinga News

[ad_1]
ଭଦ୍ରକ: ଶେଷରେ ସବୁ କଲ୍ପନା କଳ୍ପନାର ଅନ୍ତ ଘଟାଇ ଆଜି ରାତିରେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ( ବୁଲୁ ) ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଏହି ଇସ୍ତଫା ପରେ ସେ ଲିଖୁଛନ୍ତି । ଯେଉଁଠି ସମ୍ମାନ ନାହିଁ । ସେ ଦଳରେ ରହିବି କାହିଁକି। ଅସିତ୍ ଙ୍କ ର ଏହି ଇସ୍ତଫା ପରେ ଭଦ୍ରକ ରାଜନୀତିରେ କମ୍ପନ ସୃଷ୍ଠି ହୋଇଛି। ଅସିତ ଙ୍କୁ ୨୦୧୯ ମସିହାରେ ବିଜେଡ଼ି ଦଳ ଟିକେଟ ରୁ ବଞ୍ଚିତ କରିଥିଲା। ତାଙ୍କୁ ନିର୍ବାଚନରେ ଦଳ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା। ୨୦୨୪ ରେ ଅସିତ ଙ୍କୁ ଦଳ ଟିକଟ ନା ଦେଇ ଏଠାରୁ ଭଣ୍ଡାରିପୋଖରୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କୁ ପ୍ରାର୍ଥୀ କରିଛି। ଅସିତ୍ ଙ୍କୁ ଦଳ ଦୁଇ ଦୁଇ ଟି ନିର୍ବାଚନ ଟିକଟ ନଦେବା ଘଟଣା ପରେ ଅସିତ ଆଜି ବିଜେଡ଼ି ଦଳରୁ ଇସ୍ତଫା ଦେଇଛନ୍ତି। ଆସନ୍ତା କାଲି ଆସିତ ପଟ୍ଟନାୟକ ଓ ତାଙ୍କର ବହୁ ସମର୍ଥକ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଅସିତ୍ ଙ୍କ ସହ ଅଛନ୍ତି ଭଦ୍ରକ ପୌର ପଳିକାର ଅଧ୍ୟକ୍ଷା ଗୁଲ୍ମୁ ମୁକ୍କି ହାବିବ , ଯୁବ ନେତା ଜାହିଦ୍ ହବିବଙ୍କ ସମେତ ଭଦ୍ରକ ଅନେକ କାଉନସିଲର ତାଙ୍କ ସମର୍ଥନରେ ରହିଛନ୍ତି। ସେହିପରି ଭଦ୍ରକ ରାଜନୀତିରେ ଯୁଗଳ କିଶୋର ପଟ୍ଟନାୟକଙ୍କର ଏକ ସ୍ବତନ୍ତ୍ର ଲୋକ ସମ୍ପର୍କ ଓ ପରିଚିତ ରହିଛି। ଯାହାକୁ ପାଥେୟ କରି ତାଙ୍କ ପୁତ୍ର ଅସିତ (ବୁଲୁ ) ପୁଣି ଭଦ୍ରକ ରାଜନୀତିର ମଇଦାନକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା କାଲି ବୁଲୁ କଂଗ୍ରେସ ରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବୁଲୁ କାଳେ ଭଦ୍ରକ ବିଧାନ ସଭା ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ନେଇ ଭଦ୍ରକରେ ଚର୍ଚ୍ଚା ହେଉଛି।
[ad_2]