ଅପରାଧ

ପ୍ରେମ ପାଇଁ ‘ନେପାଳ’ ପାର୍‌: ନାବାଳିକାଙ୍କୁ ନେଇ ଓଡ଼ିଶା ପଳାଇ ଆସିଥିଲା ରୋଷେୟା – Kalinga News

[ad_1]

ଟାଙ୍ଗୀରୁ ଉଦ୍ଧାର ହେଲା ଛଅ ମାସର ଗର୍ଭବତୀ ନାବାଳିକା, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ପଡ଼ୋଶୀ ଦେଶ ନେପାଳର ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲା ସୀମାନ୍ତ ଚାନ୍ଦପୁର ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ଏବେ ଛଅ ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ନୟାଗଡ଼ ଆଶ୍ରୟ ସ୍ଥଳରେ ରଖାଯାଇଛି। ନାବାଳିକାଙ୍କୁ ଅପହରଣ କରିବା ଘଟଣାରେ ଚାନ୍ଦପୁର ଥାନା ପୁଲିସ ନେପାଳର ଅଭିଯୁକ୍ତ ଯୁବକ ଅମ୍ବରଦୀପ ଭୁଜେଲ୍‌ଙ୍କୁ(୪୮) ଗିରଫ କରିଛି।

ସୂଚନା ମୁତାବକ, ଅଭିଯୁକ୍ତ ଅମ୍ବରଦୀପ ଜଣେ ରୋଷେୟା। ଗଲା କୋଭିଡ୍ ପୂର୍ବରୁ ସେ ରାଜଧାନୀ ଭୁବନେଶ୍ବରର ଏକ ହୋଟେଲ୍‌ରେ ରହି କାମ କରୁଥିଲେ। ଚାଇନିଜ୍‌ ଆଇଟମ୍‌ ରୋଷେଇ କରୁଥିଲେ। ସେ ବିବାହିତ ଓ ତାଙ୍କର ଦୁଇ ଗୋଟି ବଡ଼ ବଡ଼ ପିଲା ମଧ୍ୟ ଅଛନ୍ତି। କୋଭିଡ୍ ସମୟରେ ଦେଶରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହେବା ପରେ ଅଭିଯୁକ୍ତ ଅମ୍ବରଦୀପ ନିଜ ଦେଶ ନେପାଳକୁ ଫେରିଥିଲା। ସେଠାରେ ଏକ ରାସନ୍‌ ଦୋକାନ ଦେଇଥିଲା। ଦୋକାନ କାରବାର ସମୟରେ ନିଜ ସମ ବୟସ୍କ ସାଙ୍ଗର ଝିଅ ସହିତ ଅଭିଯୁକ୍ତ ଅମ୍ବରଦୀପର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମ ଶାରୀରିକ ସମ୍ପର୍କ ଆଡ଼କୁ ଗତି କରିଥିଲା। ଇତିମଧ୍ୟରେ ନାବାଳିକା ଜଣକ ଚାରି ମାସର ଗର୍ଭବତୀ ହୋଇଥିଲେ। ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ଅମ୍ବରଦୀପ ଦୁଇ ମାସ ତଳେ ନାବାଳିକାଙ୍କୁ ନେଇ ଓଡ଼ିଶା ପଳାଇ ଆସିଥିଲା। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ଭଡ଼ାଘର ନେଇ ରହୁଥିଲା।

ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲା ସୀମାନ୍ତ ଚାନ୍ଦପୁର ଅଞ୍ଚଳର ଏକ ହୋଟେଲ୍‌ରେ ରୋଷେୟା ଭାବେ କାମ କରୁଥିଲା। ନାବାଳିକା ଅପହରଣ ନେଇ ଝିଅର ପରିବାର ଲୋକେ ନେପାଳରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଅମ୍ବରଦୀପର ମୋବାଇଲ୍ ଟ୍ରାକିଂରୁ ସେ ଓଡ଼ିଶାରେ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏନେଇ ଭାରତୀୟ ଦୂତାବସ ସହିତ ନେପାଳରୁ ଯୋଗାଯୋଗ ହୋଇଥିଲା ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ନିର୍ଦ୍ଦେଶ କ୍ରମେ ମିଶ ମୁକ୍ତି ଫାଉଣ୍ଡେସନ୍‌ ପକ୍ଷର ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ସିଂହ, ଖୋର୍ଦ୍ଧା ଏସ୍‌ପି କାର୍ଯ୍ୟାଳୟର ଅଧିକାରୀ ମମତା ପତି,  ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର, ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ୍ କମ୍‌ ପ୍ରୋବେସନ୍‌ ଅଧିକାରୀ ସୌମ୍ୟେନ୍ଦ୍ର ନାୟକ, ପରାମର୍ଶଦାତ୍ରୀ ମନସ୍ବିନୀ ନାୟକ ପ୍ରମୁଖ ଗତକାଲି ଚାନ୍ଦପୁର ଅଞ୍ଚଳରେ ଚଢ଼ଉ କରି ଉଭୟ ନାବାଳିକା ଝିଅ ଏବଂ ଅଭିଯୁକ୍ତ ନେପାଳ ଯୁବକଙ୍କୁ ଧରିଛନ୍ତି। ଅପହରଣ ମାମଲାରେ ଅଭିଯୁକ୍ତକୁ  ପୁଲିସ ଗିରଫ କରିଥିବା ବେଳେ ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ଯେହେତୁ,  ନାବାଳିକାଙ୍କର ବାପା ଓ ମା’ ଅଛନ୍ତି, ତେଣୁ ତାଙ୍କୁ ଦୂତାବାସ ଜରିଆରେ ନେପାଳକୁ ନିଜ ଘରକୁ ନାବାଳିକାଙ୍କୁ ପଠାଇ ଦିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button