ରାଜନୀତି

ଜଗତସିଂହପୁରରୁ ପୁଣି ପ୍ରଶାନ୍ତ, ତିର୍ତ୍ତୋଲରୁ ରମାକାନ୍ତ: ବିଜୟ ଶଙ୍କରଙ୍କ ଟିକେଟ କଟିଲା – Kalinga News

[ad_1]

ବାଲିକୁଦା-ଏରସମା, ପାରାଦୀପ ଝୁଲିଲା

ଜଗତସିଂହପୁର: ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ତିର୍ତ୍ତୋଲ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଦଳ ପୁଣିଥରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଭରସା କରି ଟିକେଟ ଦେଇଛି। ଅନ୍ୟପଟେ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଟିକେଟ ନଦେଇ ସେହି ଆସନରୁ ନୂଆ ମୁହଁ ଭାବେ ରମାକାନ୍ତ ଭୋଇଙ୍କୁ ଦଳ ସୁଯୋଗ ଦେଇଛି। ରମାକାନ୍ତ ଭୋଇ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ତିର୍ତ୍ତୋଲ ଆସନରୁ ଲଢ଼ିଥିଲେ। ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ପାରାଦୀପ ଆସନକୁ କିନ୍ତୁ ପୁଣି ଝୁଲାଇ ରଖିଛି ବିଜେଡି।

ଜଗତସିଂହପୁର ବିଧାନସଭାରୁ ପୁଣି ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି ୨୦୦୯ରେ ବାଲିକୁଦା-ଏରସମା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ୨୦୧୪ରେ ବି ବାଲିକୁଦା-ଏରସମାରୁ ବିଧାୟକ ହୋଇଥିବା ବେଳେ ୨୦୧୯ରେ ଜଗତସିଂହପୁର ଆସନରୁ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ବିଷ୍ଣୁ ଦାସଙ୍କ ପରଲୋକ ପରେ ୨୦୨୦ରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ବିଜୟଶଙ୍କର ଦାସ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ନିକଟରେ ବାପି ସାର୍ଖେଲଙ୍କ ପତ୍ନୀ ମୋନିଦୀପା ଓ ଚିରଞ୍ଜୀବୀ ବିଶ୍ବାଳ ବିଜେଡିରେ ସାମିଲ ହୋଇଥିବା ବେଳେ ଦଳ ଜିଲ୍ଲାର ଆଉ ଦୁଇଟି ଆସନରେ କାହାକୁ ପ୍ରାର୍ଥୀ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button